ଦୂର ହେବ ଭ୍ୟାକ୍ସିନ୍ ଅଭାବ, ଆସୁଛି ୮ ଲକ୍ଷ ଡୋଜରୁ ଅଧିକ କୋଭିସିଲ୍ଡ

Odisha To Recieve More Than 8 Lakh Covishield Dose

ଭୁବନେଶ୍ୱର: ଟିକା ଅଭାବ ପାଇଁ ଆଜି ରାଜ୍ୟର ୧୭ ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । ଅନ୍ୟପଟେ ଆଶ୍ୱସ୍ତିକର ଖବର ଦେଇଛନ୍ତି କେନ୍ଦ୍ର ସରକାର । ଓଡ଼ିଶାରେ ପହଞ୍ଚିବ ୮ ଲକ୍ଷ ଡୋଜରୁ ଅଧିକ କୋଭିସିଲ୍ଡ ଟିକା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏଥିସହ ପଢ଼ନ୍ତୁ: ଟିକା ଅଭାବ, ଆଜି ରାଜ୍ୟର ୧୭ ଜିଲ୍ଲାରେ ବନ୍ଦ ରହିବ କୋଭିଡ୍ ଟିକାକରଣ

ସ୍ପାଇସ୍ ଜେଟରସ୍ୱତନ୍ତ୍ର ବିମାନ ଯୋଗେ ପୁନେରୁ ୮୪ ହଜାର ୩୯୩ ଭାଏଲ୍ କୋଭିସିଲ୍ଡ ଟିକା ଭୁବନେଶ୍ୱର ଆସିବ । ୮୪ ହଜାର ୩୯୩ ଭାଏଲରେ କୋଭିସିଲ୍ଡର ୮ ଲକ୍ଷ ୪୩ ହଜାର ୯୩୦ ଡୋଜ୍ ଟିକା ରହିଛି । ଏହି ଟିକା ପହଞ୍ଚିବା ପରେ ରାଜ୍ୟରେ ଟିକାକରଣ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି ।

Odisha To Recieve More Than 8 Lakh Covishield Dose

ଅନୁଗୁଳ, ବାଲେଶ୍ୱର, ବଲାଙ୍ଗିର, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ଼, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ ଓ ମାଲକାନଗିରିରେ ଟିକାକରଣ କରାଯିବ ନାହିଁ । ସେହିପରି ନବରଙ୍ଗପୁର, ନୟାଗଡ଼, ରାୟଗଡ଼ା, ସୋନପୁରରେ ଟିକାକରଣ ହେଉନାହିଁ । ଏବେ ରାଜ୍ୟ ପାଖରେ କୋଭିସିଲ୍ଡର ୧ ଲକ୍ଷ ୧୪ ହଜାର ୬୬୦ ଡୋଜ୍ ରହିଥିବା ବେଳେ କୋଭାକ୍ସିନର ୪ ଲକ୍ଷ ୪୨ ହଜାର ୧୩୦ ଡୋଜ୍ ଟିକା ରହିଛି ।

Leave a Reply