ଆହୁରି ୩ ଦିନ ଅସହ୍ଯ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ଯସ୍ତ ହେବ ସାରା ଓଡ଼ିଶା
ଭୁବନେଶ୍ବର: ରାଜ୍ଯରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ସବୁଠି ଟାଇଁ ଟାଇଁ ଖରା । ଅସହ୍ଯ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ଯସ୍ତ ସାରା ଓଡ଼ିଶା । ଆହୁରି ୩ ଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପାଇଁ ବିଭିନ୍ନ ଜିଲ୍ଲାକୁ ସିଭିୟର ହିଟ ୱେବ ଜାରି କରାଯାଇଛି ।
୧୦ଟି ଜିଲ୍ଲା ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ,ନୟାଗଡ, ଖୋର୍ଦ୍ଧା, କଟକକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ୧୨ ଜିଲ୍ଲା ବଲାଙ୍ଗୀର, ସୋନପୁର, ଗଞ୍ଜାମ, ମାଲକାନଗିରି, ଭଦ୍ରକ, ଜୟପୁର, ଦେବଗଡ, ସମ୍ବଲପୁର, ନୂଆପଡା, ଝାରସୁଗୁଡା, ଗଜପତି, ସୁନ୍ଦରଗଡ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।
ଦିନ ୧୧ଟାରୁ ୩ଟା ମଧ୍ଯରେ ଖରାକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଉପକୂଳରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବା ସହ ଆର୍ଦ୍ରତା ପ୍ରଭାବରେ ଲାଗି ରହିବ ଗୁଳୁଗୁଳି । ମାତ୍ର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ସାମୁଦ୍ରିକ ଝଡ଼ର ପ୍ରଭାବ ରହିଲେବି ରାଜ୍ୟରେ ଉଷ୍ମ ଦିନ ଅନୁଭୂତ ହେବ ।