ଖରିଫ ମାର୍କେଟିଂ ୨୦୨୧-୨୨ ଗାଇଡଲାଇନ୍ ସଂଶୋଧନ କଲା ଯୋଗାଣ ନିଗମ

1 min read
Odisha To Collect Parboiled Rice With Own Miller In Kharif Season

ଭୁବନେଶ୍ୱର: ଚଳିତ ଖରିଫରେ କେନ୍ଦ୍ର ସରକାର ଓ FCI ଉଷୁନା ଚାଉଳ ଉଠାଇବାକୁ ମନା କରିବା ପରେ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଉଷୁନା ଚାଉଳ ନିଜ ମିଲରଙ୍କ ଦ୍ୱାରା ଉଠାଇବାକୁ ରାଜ୍ୟ ସରକାର ନୀତିରେ ପରିବର୍ତ୍ତନ ଆଣିଛନ୍ତି । ନିଆଣ୍ଟିଆ ମିଲର ଥିବା ଜିଲ୍ଲାକୁ ପାଖ ଜିଲ୍ଲାର ମିଲର ଉଷୁନା ଚାଉଳ ଉଠାଇବାକୁ ପଠାଯିବ ।

Odisha To Collect Parboiled Rice With Own Miller In Kharif Season

ଯାହା ଫଳରେ ଯୋଗାଣ ନିଗମକୁ ପରିବହନ ପାଇଁ ଅଳ୍ପ ଖର୍ଚ୍ଚ ଦେବାକୁ ହେବ । ପୂର୍ବରୁ ନୂଆ ମିଲରଙ୍କୁ ଅନୁମତି ନ ଦେବାକୁ ନିୟମ ଥିଲା । ହେଲେ ସ୍ଥିତି ଦେଖି ପାଖ ଜିଲ୍ଲାଗୁଡ଼ିକରୁ ନୂଆ ମିଲରଙ୍କ ଉଷୁନା ଚାଉଳ ଉଠାଇବାକୁ ଅନୁମତି ମିଳିବ । ଏହା ସଂଶୋଧନ କ୍ଲଜ 21.1 ଆଧାରରେ କରାଯାଇଛି । ସେହିପରି କ୍ଲଜ 21.4 ଆଧାରରେ ଆଉ ଏକ ସଂଶୋଧନ କରାଯାଇଛି।

Odisha To Collect Parboiled Rice With Own Miller In Kharif Season

ପୂର୍ବରୁ ଖରିଫ ଧାନ ସଂଗ୍ରହ ପାଇଁ ନଭେମ୍ବର ୧ ପୂର୍ବରୁ ମିଲରମାନଙ୍କୁ ଆବେଦନ କରିବାକୁ ପଡୁଥିଲା । ଏବେ ଏହି ନିୟମକୁ କୋହଳ କରାଯାଇଛି । ଯେଉଁ ଜିଲ୍ଲାରେ ଯେବେ ଖରିଫ ଧାନ ସଂଗ୍ରହ ଆରମ୍ଭ ହେବ, ତା ପୂର୍ବରୁ ଆବେଦନ କରିପାରିବେ ମିଲର । ନିୟମ ସଂଶୋଧନ ନେଇ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକଙ୍କ ପକ୍ଷରୁ CSOମାନଙ୍କୁ ଚିଠି କରାଯାଇଛି ।

Leave a Reply