spot_img

Latest Posts

ଓଡ଼ିଶାରେ ଫଳିଛି ଥାଇଲାଣ୍ଡ ବରକୋଳି

ଚାନ୍ଦବାଲି: ସୋସିଆଲ ମିଡିଆର ସକାରାତ୍ମକ ପ୍ରୟୋଗ କରାଇଛି ସ୍ବାବଲମ୍ବୀ । ୟୁଟ୍ୟୁବ ଭିଡିଓ ଦେଖି ଥାଇଲ୍ୟାଣ୍ଡ ବରକୋଳି ଚାଷ କରି ଆର୍ମନର୍ଭରଶୀଳ ହୋଇଛନ୍ତି ସ୍ବୟଂସହାୟକ ଗୋଷ୍ଠୀର ମହିଳା। ରାଜ୍ୟ ସରକାରଙ୍କ ସହାୟତାରେ ଥାଇଲାଣ୍ଡ ବରକୋଳି ଚାଷ କରି ଉଦାହରଣ ସାଜିଛନ୍ତି ମହିଳା ଗୋଷ୍ଠୀ।

ମହିଳାଙ୍କୁ ଥାଇଲାଣ୍ଡ ବରକୋଳି କରିଛି ସ୍ବାବଲମ୍ବୀ। ଚାଷରୁ ମିଳୁଛି ଲକ୍ଷ ଲକ୍ଷ ଟଙ୍କା। ପେନ୍ଥା ପେନ୍ଥା ଧରିଛି ଥାଇଲାଣ୍ଡ ବରକୋଳି। ଦେଖିବାକୁ ଯେତିକି ସୁନ୍ଦର , ଖାଇବାକୁ ମଧ୍ୟ ସେତିକି ସୁଆଦିଆ । ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଥାଇଲାଣ୍ଡ ବରକୋଳି ଚାଷ କରି ହୋଇଛନ୍ତି ଆତ୍ମ ନିର୍ଭରଶୀଳ । ଏଥିପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଛି ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ । ଚାନ୍ଦବାଲି ବ୍ଳକ, ବଡ଼ ଓସ୍ତିଆ ପଞ୍ଚାୟତ ବାମ୍ଫି ସାହି ଗାଁର ମା’ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟା ମାନେ ମିଶନ ଶକ୍ତି ସହାୟତାରେ ଋଣ ଆଣି କୋଳି ଚାଷ କରିଥିଲେ।ଯାହା ସେମାନଙ୍କୁ ସଫଳତା ଦେବା ସହ ନୂଆ ପରିଚୟ ଦେଇଛି।

ବାଲେଶ୍ବର ଉଦ୍ୟାନ ବିଭାଗ ପକ୍ଷରୁ ମହିଳାମାନେ ୪୦୦ କୋଳି ଚାରା ଆଣି ଆରମ୍ଭ କରିଥିଲେ ଚାଷ । ଗୋଟିଏ ବର୍ଷ ଭିତରେ ଗଛରେ ଫଳିଛି ପେନ୍ଥା ପେନ୍ଥା କୋଳି । ବଜାରରେ ଏହାର ମୂଲ୍ୟ କିଲୋଗ୍ରାମ ପ୍ରତି ୧୦୦ଟଙ୍କା ବିକ୍ରି ହେଉଥିବା ବେଳେ ପ୍ରତିଦିନ କୋଳି କିଣିବା ପାଇଁ ଉଭୟ ବେପାରୀ ଓ ଗ୍ରାହକଙ୍କ ଭିଡ଼ ଜମୁଛି ।

Latest Posts

Don't Miss