NTPC ଇଏମ ପାଓ୍ବାର ଅନ୍ତଃରାଜ୍ୟ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଫାଇନାଲରେ ଆନ୍ଧ୍ରକୁ ଭେଟିବ ଓଡ଼ିଶା
1 min read
ନନ୍ଦିଘୋଷ ବ୍ୟୁରୋ: ଦୃଷ୍ଟିହୀନ ମହିଳା NTPC ଇଏମ ପାଓ୍ବାର ଅନ୍ତଃରାଜ୍ୟ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୫ ଫାଇନାଲରେ ଓଡ଼ିଶା । ଆସନ୍ତାକାଲି ଆନ୍ଧ୍ରପ୍ରଦେଶ ସହ ଫାଇନାଲରେ ହେବ ମୁକାବିଲା । ବିଶାଖାପାଟଣାମରେ ସକାଳ ୮ଟା ସମୟରେ ଏହି ମ୍ୟାଚଟି ଅନୁଷ୍ଠିତ ହେବ । ଓଡ଼ିଶା ଏବଂ ଆନ୍ଧ୍ର ଲିଗ୍ ପର୍ଯ୍ୟାୟରେ ଦିଲ୍ଲୀ ଏବଂ କେରଳକୁ ପରାସ୍ତା କରି ଫାଇନାଲରେ ପ୍ରବେଶ କରିଛନ୍ତି । ତେବେ ଆଜି ଶେଷ ଲିଗ୍ ମ୍ୟାଚରେ ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ ଖେଳାଯାଉଥିଲା । ମାତ୍ର ବର୍ଷା ଯୋଗୁଁ ମ୍ୟାଚଟି ବାତିଲ ହୋଇଛି । ଓଡ଼ିଶା ୧୦ ଓଭରରେ ୨ ଓ୍ବିକେଟ ବିନିମୟରେ ୯୬ ରନ କରିଥିଲା । ସେପଟେ ଆନ୍ଧ୍ର ଏହାର ଜବାବରେ ବ୍ୟାଟିଂ କରୁଥିବା ସମୟରେ ବର୍ଷା ହୋଇଥିଲା । ମାତ୍ର ୨ଟି ବଲ ପଡ଼ିଥିବାବେଳେ କୌଣସି ନିଷ୍ପତ୍ତି ହୋଇନଥିଲା । ତେବେ ଉଭୟ ଦଳ ଲିଗରେ ବିଜୟୀ ହୋଇଥିବାବେଳେ ଫାଇନାଲରେ ପୁଣିଥରେ ଭେଟ ହେବେ ।