ବିବାହ ପ୍ରତିଶ୍ରୁତି ଦେଇ ଧରାଛୁଆଁ ଦେଉନାହାନ୍ତି ପିଇଟି ସାର

ବଲାଙ୍ଗୀର: ରସିକିଆ ପିଇଟି ସାରଙ୍କ କଳା କାରନାମା । ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଶାରିରୀକ ସମ୍ପର୍କ ରଖିବା ପରେ ବିବାହ କରିବାକୁ ଧରାଛୁଆଁ ଦେଉନାହାନ୍ତି ସାର୍‌। ବଲାଙ୍ଗୀର ପୃଥୀରାଜ ହାଇସ୍କୁଲର କ୍ରୀଡା ଶିକ୍ଷକ ସୌରଭ ପଧାନଙ୍କ ନାଁରେ ଯୁବତୀଜଣଙ୍କ ସଙ୍ଗୀନ ଅଭିଯାଗ ଆଣିଛନ୍ତି । ଖେଳ ଶିକ୍ଷକଙ୍କ ନାଁରେ ବଲାଙ୍ଗୀର ଟାଉନ ଥାନାରେ ଯୁବତୀ ଏତଲା ଦେଇଛନ୍ତି ।

ସୂଚନା ଅନୁଯାୟୀ, ସୌରଭ ବର୍ଷେ ହେଲା ଯୁବତୀଙ୍କ ସହ ଲିଭ ଇନରେ ରହୁଥିଲେ । ମାତ୍ର ଏବେ ବିବାହ କରିବାକୁ ମନା କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସେପଟେ ଅଭିଯୁକ୍ତ ଶିକ୍ଷକଙ୍କର ଅନ୍ୟ ଯୁବତୀଙ୍କ ସହ ମଧ୍ୟ ସମ୍ପର୍କ ରହିଥିବା ଜଣାପଡ଼ିଛି । ୧୦ରୁ ଅଧିକ ଯୁବତୀଙ୍କ ସହ ସୌରଭଙ୍କର ଆପତ୍ତିଜନକ ଫଟୋ ଭାଇରାଲ ହେଉଛି । ଥାନାରେ ଏତଲା ପରେ ଅଭିଯୁକ୍ତ ଶିକ୍ଷକ ଫେରାର ଥିବା ଜଣାପଡ଼ିଛି । ଅଭିଯୁକ୍ତକୁ ଧରିବାକୁ ତନାଘନା ଚଳାଇଛି ପୋଲିସ ।