‘ସଫଳତାର ସହ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରୁଛି ଓଡ଼ିଶା’

1 min read

ଭୁବନେଶ୍ୱର: ମହାବାତ୍ୟାକୁ ପୂରିଛି ୨୦ ବର୍ଷ । ୧୯୯୯ ମସିହାର ମହାବାତ୍ୟାକୁ ଆଜିବି ଲୋକେ ଭୁଲିନାହାନ୍ତି । ସେଦିନର ଭୟାନକ ଝଡ ତୋଫାନ ଆଜି ବି ଦେହ ଥରାଇ ଦେଇ ଦେଉଛି । କିନ୍ତି ଏହି ଭିତରେ ବିତିଯାଇଛି ୨୦ ବର୍ଷ । ଅତି ସଫଳତା ସହ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରୁଛି ରାଜ୍ୟ ସରକାର ।

  • ଦୁର୍ବିପାକରୁ ଗୋଷ୍ଠୀ ବା ଗ୍ରାମବାସୀଙ୍କ ଜୀବନ ଓ ସେମାନଙ୍କ ଧନସଂପଦ ରକ୍ଷା କରିବା ଦିଗରେ ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ଗ୍ରାମରେ ଗ୍ରାମ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରୁଛି ।
  • ଏହାସହ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆପଦ ମିତ୍ର ଓ ଟାସ୍କ ଫୋର୍ସ ସଦସ୍ୟମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି ।
  • ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଅନ୍ତିମ କ୍ଷଣରେ ଯୋଗାଯୋଗ ବ୍ୟବସ୍ଥା ସହ ଆଲର୍ଟ ସାଇରନ ଟାଓ୍ୱାର, ବଜ୍ରପାତ ସୂଚନାର ବ୍ୟବସ୍ଥା କରାଯିବା ସହ ସତର୍କ ନାମକ ଆପକୁ କାର୍ଯ୍ୟକାରୀ କରାଯାଇଛି ।

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ନିୟୋଜିତ ସମସ୍ତ କର୍ମଚାରୀ ତଥା ସଂସ୍ଥାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ।  ଏଯାବତ ୮୭୯ଟି ଆଶ୍ରୟସ୍ଥଳୀ, ଗଞ୍ଜାମ ଓ ଖୋର୍ଦ୍ଧାରେ ଫାଇଲିନ ପ୍ରପୀଡିତ ଲୋକମାନଙ୍କ ପାଇଁ ୧୭ ହଜାର ବିପର୍ଯ୍ୟୟ ପ୍ରତିରୋଧକ ବାସଗୃହ ନିର୍ମାଣ , କେନ୍ଦ୍ରାପଡା ଜିଲ୍ଲାର ସାତଭାୟାଠାରେ ସମୁଦ୍ରଦ୍ୱାରା କ୍ଷତିଗ୍ରସ୍ତ ଲୋକଙ୍କୁ ବଗପାଟିଆରେ ଥଇଥାନ ଏବଂ ପୁନଃବସତି ସ୍ଥଳରେ ୫୭୧ଟି ଗୃହ ନିର୍ମାଣ, ୫ଟି ଗୋଦାମ ଘର ନିର୍ମାଣ,୨୪୩ଟି ଆଶ୍ରୟସ୍ଥଳୀ ସଂଯୋଗ କରୁଥିବା ୩୯୦ କିମି ରାସ୍ତା , ୫୮ କିଲୋମିଟର ଦୈର୍ଘ୍ୟର ୧୨ଟି ଲୁଣା ବନ୍ଧ ଓ ଆଶ୍ରୟସ୍ଥଳୀ ପାଇଁ ଆବଶ୍ୟକୀୟ ଉପକରଣର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଏହାସହ ଭୁବନେଶ୍ୱରରେ ଏକ ରାଡାର ଲଗାଇବା ପାଇଁ ପ୍ରସ୍ତୁତ ହେଉଛି ଆଇଏମଡି ।

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜ୍ୟ ସରକାରଙ୍କ ଓଡ୍ରାଫ ଓ କେନ୍ଦ୍ର ସରକାରଙ୍କ ଏନଡିଆରଏଫ ଉଦ୍ଧାର କାର୍ଯ୍ୟରେ ଲାଗିବା ସହ ବିପର୍ଯ୍ୟୟ ପରବର୍ତ୍ତୀ ସ୍ଥିତିରେ ନିୟୋଜିତ ହୁଅନ୍ତି । ଆଗକୁ ଏହାକୁ ଅଧିକ ସଙ୍ଗଠିତ ଆଉ କ୍ରିୟାଶୀଳ କରିବା ପାଇଁ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର । ')}

Leave a Reply