ଜର୍ମାନୀରେ ଓ୍ବାଲ୍ଡ ସ୍କିଲ ପ୍ରତିଯୋଗିତାରେ ଓଡ଼ିଶା ଛାତ୍ରଙ୍କୁ ରୌପ୍ୟ ପଦକ

ଭୁବନେଶ୍ବର: ବିଶ୍ବ ଦରବାରରେ ଦକ୍ଷତା ଦେଖାଇଲେ ଓଡ଼ିଆ ଛାତ୍ର । ଜର୍ମାନୀରେ ଅନୁଷ୍ଠିତ ହେଉଥିବା ଓ୍ବାଲ୍ଡ ସ୍କିଲ୍ସ ପ୍ରତିଯୋଗିତାରେ ଓଡ଼ିଶାର ଛାତ୍ର ପ୍ରବୀଣ ଗିରିଙ୍କ ସଫଳତା । ଓ୍ବାଟର ଟେକ୍ନୋଲଜି ବର୍ଗରେ ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି ପ୍ରବୀଣ ।

ଭୁବନେଶ୍ବର ସ୍ଥିତ ସିଭି ରମଣ ଗ୍ଲୋବାଲ ବିଶ୍ବବିଦ୍ୟାଳୟର ଛାତ୍ର ହେଉଛନ୍ତି ପ୍ରବୀଣ କୁମାର ଗିରି । ଓଡ଼ିଶାରୁ ୧୨ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବର୍ଗରେ ଭାରତ ପାଇଁ ପ୍ରତିନିଧିତ୍ବ କରିଥିଲେ । ପୁରସ୍କାର ଉତ୍ସବରେ ଭାରତୀୟ ଟିମ୍ ଉଲ୍ଲସିତ ହେବା ସହ ସବୁ ଆଡୁ ପ୍ରଶଂସା ସାଉଣ୍ଟି ଥିଲା ।

ଓଡ଼ିଶା ଛାତ୍ରଙ୍କ ସଫଳତାକୁ ନେଇ ଜର୍ମାନୀ ଷ୍ଟୁର୍ଟଗାର୍ଟରୁ ସିଭି ରମଣ ଗ୍ଲୋବାଲ ବିଶ୍ବବିଦ୍ୟାଳୟର ଅଧ୍ୟାପକ ସଞ୍ଜୀବ କୁମାର ରାଉତଙ୍କ ସହ ଆଲୋଚନା କରିଥିଲେ ନନ୍ଦିଘୋଷ ଟିଭି ଇନପୁଟ୍ ଏଡିଟର ଅଜିତ ଦାଶ । ରାଜ୍ୟ ସରକାରଙ୍କ ସହଯୋଗକୁ ସଞ୍ଜୀବ ପ୍ରଶଂସା କରିଥିଲେ ।