ସ୍ୱାଭାବିକ‌ ହେଲା ଓଡ଼ିଶା ରାଜ୍ୟ ପରିବହନ ନିଗମର ବସ୍ ସେବା

1 min read

ଭୁବନେଶ୍ୱର: ଦୀର୍ଘଦିନ ପରେ ସ୍ୱାଭାବିକ୍‌ ହେଲା ଓଡ଼ିଶା ରାଜ୍ୟ ପରିବହନ ନିଗମର ବସ୍ ସେବା । ବୁଧବାରଠାରୁ ସବୁ ରୁଟ୍‌ରେ ଆରମ୍ଭ ହୋଇଛି ବସ ଚଳାଚଳ । ବସ୍ ସେବା ସହିତ ଅନ୍ ଲାଇନ୍ ଟିକେଟ କାଉଣ୍ଟର ମଧ୍ୟ ଖୋଲାଯାଇଛି ।

କୋଭିଡ୍‌ କଟକଣା ଯୋଗୁଁ ଦୀର୍ଘ ଦିନ ଧରି ବନ୍ଦ ଥିଲା ପରିବହନ ସେବା । ବୁଧବାରଠାରୁ ବସ୍ ସେବା ତଥା ଯାତ୍ରୀଙ୍କ ସୁବିଧା ପାଇଁ ଅନ୍ୟ ସମସ୍ତ ସେବା ଆରମ୍ଭ ନେଇ ନିଗମ ପରିଚାଳନା ନିର୍ଦେଶକ ଅରୁଣ ବୋଥ୍ରା ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି । ବସ୍ ଚଳାଚଳ ଆରମ୍ଭ ହୋଇଥିଲେ ହେଁ କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ବସରେ ଯାତ୍ରୀଙ୍କ ସଂଖ୍ୟା ଓ ମାସ୍କ ପରିଧାନ ଏପରିକି ନିୟମିତ ବିଶୋଧନ ଉପରେ ଗୁରୁତ୍ୱ ଦେବାକୁ ମଧ୍ୟ ନିର୍ଦେଶ ରହିଛି ।

ଓଏସ୍ଆରଟିସି ବସ୍ ସେବା ଆରମ୍ଭ ପରେ ଯାତ୍ରୀଙ୍କ ଗମନାଗମନ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇପାରିବ ବୋଲି ନିଗମ ଆଶା ରଖିଛି ।

Leave a Reply