‘କାଳିଆ’ ଯୋଜନାରେ ହେଲା ସଂଶୋଧନ; କିଏ ପାଇବେ, କିଏ ନ ପାଇବେ ପୂରା ପଢ଼ନ୍ତୁ…
1 min read
ଭୁବନେଶ୍ୱର: ଚାଷୀମାନଙ୍କ ପାଇଁ ରାଜ୍ୟ ସରକାର ଲାଗୁ କରିଥିବା କାଳିଆ ଯୋଜନାର ନିୟମାବଳୀରେ ସଂଶୋଧନ । ରାଜ୍ୟ କ୍ୟାବିନେଟ୍ ଏହାକୁ ଅନୁମୋଦନ କରିଛି । ଉଭୟ କାଳିଆ ଓ କିଷାନ ଯୋଜନାର ଗାଇଡ୍ଲାଇନ୍କୁ ତର୍ଜମା କରିବା ପରେ ନିୟମରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର ।ଭୂମିହୀନ ଭାଗଚାଷୀମାନେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ ନାହାନ୍ତି । ସେମାନଙ୍କୁ କାଳିଆ ଯୋଜନାରେ ବର୍ଷକୁ ୧୦ ହଜାର ଟଙ୍କା ଲେଖାଏଁ ଦିଆଯିବ । ୨୦୧୮-୧୯ ଆର୍ଥିକ ବର୍ଷରେ ଯେଉଁ ଯୋଗ୍ୟ ହିତାଧିକାରୀ ଏଯାଏଁ କାଳିଆ ଆର୍ଥିକ ସହାୟତା ପାଇ ନାହାନ୍ତି, ସେମାନଙ୍କୁ ଏହି ବର୍ଷ ରବି ଫସଲ ପାଇଁ ସହାୟତା ମିଳିବ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ୨୦୧୯-୨୦ ଆର୍ଥିକ ବର୍ଷରେ ଆର୍ଥିକ ସହାୟତା ମିଳିବ ।
ଏମାନଙ୍କୁ ଆଉ ୨୦୧୯ ରବି ଫସଲ ପାଇଁ କାଳିଆ ସହାୟତା ମିଳିବ ନାହିଁ । ନାମମାତ୍ର ଚାଷୀ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ବର୍ଷକୁ ୬ ହଜାର ଟଙ୍କା ଓ କାଳିଆ ଯୋଜନାରେ ବର୍ଷକୁ ୪ ହଜାର ଟଙ୍କା ପାଇବେ । ମହାନଗର ନିଗମ, ପୌରାଞ୍ଚଳ ଓ ଏନ୍ଏସି ଅଧୀନରେ ଆସୁଥିବା ଚାଷୀ କାଳିଆ କିମ୍ବା କିଷାନ ସହାୟତା ପାଇବେ ନାହିଁ ।