ଖରା ପାଇଁ ସତର୍କ ରହିବାକୁ SRCଙ୍କ ପରାମର୍ଶ, କହିଲେ ମୁକାବିଲା କରିବାକୁ ପ୍ରସ୍ତୁତ

1 min read
Pradip Jena SRC

ଭୁବନେଶ୍ୱର: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅଂଶୁଘାତର ମୁକାବିଲା ପାଇଁ ଜିଲ୍ଲା ଓ ରାଜ୍ୟ ସ୍ତରରେ ପ୍ରସ୍ତୁତି କରାଯାଇଛି । SRCଙ୍କ ପକ୍ଷରୁ ଫେବୃୟାରୀ ୨୪ ତାରିଖରେ ଏହାର ମୁକାବିଲା କରିବା ପାଇଁ ପ୍ରତ୍ୟେକ ଜିଲ୍ଲାକୁ ଚିଠି ଦିଆଯାଇଥିଲା । ମାର୍ଚ୍ଚ ୩୦ ପୂର୍ବରୁ ୩୦ଟି ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଅଂଶୁଘାତ ମୁକାବିଲା କାର୍ଯ୍ୟକ୍ରମ ଚୂଡାନ୍ତ ହୋଇସାରିଛି ଏବଂ ଆବଶ୍ୟକୀୟ ପନ୍ଥା ସେମାନେ ଗ୍ରହଣ କରିଛନ୍ତି ।

ସ୍ୱତନ୍ତ୍ର ରିଲିଫ କମିଶମରଙ୍କ ବାର୍ତ୍ତା ଅନୁସାରେ ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟ ଏନେଇ ପ୍ରସ୍ତୁତ ରହିଛନ୍ତି । ବୁଧବାର ସମସ୍ତ ବିଭାଗର ସଚିବ ମାନଙ୍କୁ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ବିଭାଗ ଗୁଡିକ କ’ଣ କ’ଣ ପଦେକ୍ଷପ ନେଇଛନ୍ତି ଓ କ’ଣ ସବୁ ପଦକ୍ଷେପ ନେବେ ସେ ବିଷୟରେ ବୈଠକରେ ବିଶେଷ ଆଲୋଚନା ହୋଇଛି ।

ସାଧାରଣତଃ ମାର୍ଚ୍ଚ ରୁ ଜୁନ୍ ପର୍ଯ୍ୟନ୍ତ ଓଡିଶାରେ ତାପମାତ୍ର ଅଧିକ ରୁହେ । ଏହାକୁ ନଜରରେ ରଖି ପାନୀୟ ଜଳ ସମସ୍ୟାକୁ କିପରି ଦୂର କରାଯିବ ସେ ବିଷୟରେ ଆଲୋଚନା ହୋଇଛି । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ନଳକୂପ, ପାନୀୟଜଳ ଉତ୍ସ ଅଛି ଓ ପାଇପ୍‌ ଗୁଡିକୁ ଠିକ୍ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନଳକୂପ ଗୁଡିକୁ ବିଶୋଧନ କରାଯାଇଛି, ଅର୍ବାନ ପାଇପ୍‌ ଓ୍ୱାଟର ସପ୍ଲାଏକୁ ସଜାଡି ରଖିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି ଓ ବିଭାଗକୁ ଆହୁରି ସତର୍କ ରହିବାକୁ କୁହାଯାଇଛି । ଯଦି ବି କେଉଁଠି କିଛି ସମସ୍ୟା ଆସେ ତାହାଲେ ତାହାର ତୁରନ୍ତ ସମାଧାନ କରାଯିବ ବୋଲି କହିଛନ୍ତି ଏସ୍‌ଆରସି ।

ବିଜୁଳି ସମସ୍ୟା ନରହିବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯିବ । ପଶୁ, ପକ୍ଷୀ ମାନଙ୍କ ପାଇଁ ଜଳ ଉତ୍ସକୁ ପ୍ରସ୍ତୁତ କରି ରଖିବା ପାଇଁ କୁହାଯାଇଛି । SRC ଙ୍କ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯିବ । ପଶୁ, ପକ୍ଷୀ ମାନଙ୍କ ପାଇଁ ନିଜ ଛାତ ଉପରେ କିମ୍ବା ଅଗଣାରେ ପାଣି ଦେବା ବ୍ୟବସ୍ଥା ରଖିବା ବ୍ୟବସ୍ଥା କରିବାକୁ ଲୋକଙ୍କୁ କୁହାଯିବ । ଡାକ୍ତରଖାନାରେ ଅଂଶୁଘାତ ଜନିତ ଆସୁଥିବା ରୋଗିଙ୍କ ପାଇଁ ସ୍ୱତନ୍ତ୍ର ଓ୍ୱାର୍ଡ ସହିତ ଏୟାର କୁଲର ରଖାଯିବା ସହ ଔଷଧ ରଖିବା ପାଇଁ କୁହାଯାଇଛି । ଏସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଆଗୁଆ ସଚେତନ ରହିଛି । ଅତ୍ୟଧିକ ଗରମକୁ ଲକ୍ଷ୍ୟ ରଖି ଯେଉଁଠି AC ନାହିଁ ସେଠାରେ ଦିନ ୧୧ ଟାରୁ ୩ ଟା ମଧ୍ୟରେ କାମ ବନ୍ଦ ରଖିବାକୁ ଲେବର ଡିପାର୍ଟମେଣ୍ଟକୁ କୁହାଯାଇଛି । ସ୍କୁଲ, କଲେଜରେ ପାଣି ରଖିବାକୁ କୁହାଯିବା ସହ ଆବଶ୍ୟକ ଥିଲେ ସକାଳୁଆ କରିବାକୁ କୁହାଯାଇଛି । ସେହିଭଳି ଜଙ୍ଗଲରେ କିପରି ନିଆଁ ନଲାଗିବ ସେଥିପାଇଁ ଅଧିକ ସତର୍କ ରହିବାକୁ କୁହାଯାଇଛି ।

Leave a Reply