spot_img

Latest Posts

ଓଡ଼ିଶାକୁ ଫିକି ଇଣ୍ଡିଆ ସ୍ପୋର୍ଟସ ଆୱାର୍ଡ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗକୁ ପୁରସ୍କାର । ବୁଧବାର ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ବିଶେଷ ଉତ୍ସବରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗକୁ ‘ଫିକି ଇଣ୍ଡିଆ ସ୍ପୋର୍ଟସ ଆୱାର୍ଡ-୨୦୧୯’ ପ୍ରଦାନ କରାଯାଇଛି । ଓଡ଼ିଶା ପକ୍ଷରୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ବିଭାଗୀୟ ସଚିବ ବିଶାଲ କୁମାର ଦେବ ଏହି ପୁରସ୍କାର ଗ୍ରହଣ କରିଥିଲେ ।

ଓଡ଼ିଶା ସରକାର ବିଗତ ୨/୩ ବର୍ଷ ମଧ୍ୟରେ ଏକାଧିକ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରିଛନ୍ତି । ଏସୀୟ ଦୌଡ଼କୁଦ, ଏସୀୟ ରଗ୍‌ବି, ବିଶ୍ୱକପ୍‌ ହକି, ବିଶ୍ୱକପ୍‌ ହକି ଯୋଗ୍ୟତା ପର୍ଯ୍ୟାୟ, ରାଜ୍ୟଗୋଷ୍ଠୀ ‌ଟେବୁଲ୍ ଟେନିସ୍‌ ପ୍ରତିଯୋଗିତାର ଅଦ୍ଭୂତପୂର୍ବ ସଫଳତା ପରେ ୧୭ ବର୍ଷରୁ କମ ମହିଲ ଫିଫା ବିଶ୍ୱକପ ଏବଂ ୨୦୨୩ ମସିହାର ପୁରୁଷ ହକି ବିଶ୍ୱକପ୍ ଅଧିକାର ମଧ୍ୟ ଓଡ଼ିଶା ପାଇଛି ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ପୋର୍ଟସଷ୍ଟାର୍ ମାଗେଜିନ୍ ଆୱାର୍ଡ ପ୍ରଦାନ କରାଯାଇଥିଲା । ସେହିଭଳି ସିଆଇଆଇ-ଫିଟ୍‌ ଇଣ୍ଡିଆ ପକ୍ଷରୁ ଓଡ଼ିଶାକୁ ଶ୍ରେଷ୍ଠ କ୍ରୀଡ଼ା ବିକାଶ ରାଜ୍ୟ ଲାଗି ପୁରସ୍କୃତ କରାଯାଇଥିଲା ।

Latest Posts

Don't Miss