spot_img

Latest Posts

ଶୀତ ଅଧିବେଶନ ପାଇଁ ସଜବାଜ: ଗୃହକୁ ସୁରୁଖୁରୁରେ ଶେଷ କରିବାକୁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଶୀତ ଅଧିବେଶନ ପାଇଁ ସଜବାଜ: ଗୃହକୁ ସୁରୁଖୁରୁରେ ଶେଷ କରିବାକୁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ନନ୍ଦିଘୋଷ ବ୍ୟୁରୋ: ଶୀତ ଅଧିବେଶନକୁ ସୁରୁଖୁରୁରେ ଶେଷ କରିବାକୁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି । ଆସନ୍ତା ୨୬ ତାରିଖରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ମାଳମାଳ ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଘେରିବାକୁ ପୂରା ପ୍ରସ୍ତୁତ ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ । ଆସନ୍ତା ୨୬ ତାରିଖରେ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିବ ବିଜେଡି ।

୨୬ରେ ସର୍ବଦଳୀୟ ବୈଠକ । ବିରୋଧୀ ଓ ଶାସକ ଦଳର ସହଯୋଗ ଲୋଡ଼ିବେ ବାଚସ୍ପତି । ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧୀ । ଲମ୍ବା ଅଧିବେଶନରେ ବିରୋଧୀଙ୍କ ହାତରେ ମାଳମାଳ ପ୍ରସଙ୍ଗ । ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ଗୃହକୁ ସୁରୁଖୁରୁରେ ଶେଷ କରିବାକୁ ୨୬ ତାରିଖରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ନଭେମ୍ବର ୨୭ରୁ ଡିସେମ୍ବର ୩୧ ଯାଏଁ ଚାଲିବ ବିଧାନସଭା । ୨୭ ତାରିଖରେ ଗୃହକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୮ ତାରିଖରେ ଆସିବ ଅତିରିକ୍ତ ବଜେଟ୍ । ରାଜ୍ୟରେ ବିଜେପି ସରକାରର ବିଫଳତାକୁ ଗୃହରେ ଉଠାଇବ ମୁଖ୍ୟ ବିରୋଧୀ ବିଜେଡି । ଏଥିପାଇଁ ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳର ବୈଠକ ବସିବ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବୈଠକରେ ରଣନୀତି ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ବିଧାୟକ ଗଣେଶ୍ବର ବେହେରା । ସେହିପରି କଂଗ୍ରେସ ମଧ୍ୟ ପୂରା ତୟାର ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ।

ସେପଟେ ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି, ଗୃହକୁ ଶୃଙ୍ଖଳିତ କରିବାକୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକରେ ସମୟ ନିର୍ଦ୍ଧାରଣ କରାଯିବ । ବିରୋଧୀ ଯେଉଁ ସବୁ ପ୍ରସଙ୍ଗ ଉଠାଇବେ, ତାହାକୁ ଆଲୋଚନା ମାଧ୍ୟମରେ ଜବାବ ଦିଆଯିବ ବୋଲି କହିଛି ବିଜେପି ।

ନଭେମ୍ବର ୨୭ରୁ ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବ ବିଧାନସଭାର ଶୀତ ଅଧିବେଶନ । ୩ ପ୍ରମୁଖ ଦଳର ବିଧାୟକ ଦଳ ବୈଠକ ପୂର୍ବରୁ ଉଭୟ ଶାସକ ଓ ବିରୋଧୀ ପରସ୍ପରକୁ ଘେରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

Latest Posts

Don't Miss