ଲକ୍‌ଡାଉନ୍‌ ଇଫେକ୍ଟ: ଥାନାକୁ ଆସିଲା କନ୍ୟା, ବିବାହ କଲେ ଏସ୍‌ଆଇ

ସୁବର୍ଣ୍ଣପୁର: ଲକ୍‌ଡାଉନ୍‌ ଇଫେକ୍ଟ ଏବେ ବିଭିନ୍ନ କ୍ଷେତ୍ରରେ ଦେଖିବାକୁ ମିଳିଛି । ସେମିତି ଏକ ନିଆରା ଲକ୍‌ଡାଉନ୍‌ ଇଫେକ୍ଟ ହେଉଛି ଥାନାରେ ବିବାହ । ବର ଯାଇପାରିଲାନି ବୋଲି କନ୍ୟା ଘର ଲୋକ ପହଞ୍ଚିଲେ ଥାନାରେ । ଆଉ ଏସ୍‌ଡିପିଓଙ୍କ ଉପସ୍ଥିତିରେ ବିବାହ କରାଇଲେ ।

Thana SI marriage

ସାରା ଦେଶ ଏବେ କୋରୋନା ପାଇଁ ଡହଳ ବିକଳ । କୋରୋନା ଆତଙ୍କରୁ ବର୍ତ୍ତିବା ପାଇଁ ସରକାର ଘୋଷଣା କରିଛନ୍ତି ଲକ୍‌ଡାଉନ୍‌ । ପ୍ରାୟ ମାସେରୁ ଅଧିକ ସମୟ ହେବ ଲୋକେ ଘରେ ବନ୍ଦୀ ହୋଇ ରହିଛନ୍ତି । ବାହାରକୁ ବାହାରିଲେ ବିପଦ । ଏମିତିକି ଯାନି ଯାତ, ବିବାହ, ବ୍ରତ, ଏକାଠି ହୋଇ ପୂଜା ଅର୍ଚ୍ଚନା, ପରାମ୍ପରା ଆଦି ପାଳନ ଉପରେ ମଧ୍ୟ ରୋକ ଲଗାଯାଇଛି । ଗୋଟିଏ ସ୍ଥାନରେ ଏକାଧିକ ଲୋକ ରହିବାକୁ ବାରଣ କରାଯାଇଛି । ସମସ୍ତଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି ।

Thana SI marriage

ତେବେ ଯାନି ଯାତ ଧରି ବିବାହ କରିବାକୁ ଅନୁମତି ନଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ନିଆରା ବିବାହ । ଥାନା ଭିତରେ ବିବାହ କରିଛନ୍ତି ପୋଲିସ ଏସ୍‌ଆଇ । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନାରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ କାର୍ଯ୍ୟରତ ପୋଲିସ ଏସ୍‌ଆଇ ଦୀପ୍ତି ରଂଜନ ଦିଗାଲଙ୍କ ବିବାହ ତାରିଖ ଗତକାଲି ଧାର୍ଯ୍ୟ ହୋଇଥିଲା । କନ୍ଧମାଳ ଜିଲ୍ଲା କେନ୍ଦୁପଦର ଗାଁର ଜ୍ୟୋସ୍ନାରାଣୀ ଦିଗାଲଙ୍କ ସହିତ ଦୀପ୍ତିରଂଜନଙ୍କ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା । ହେଲେ ଦୀପ୍ତିରଂଜନ ଗାଁକୁ ଫେରି ନ ପାରିବାରୁ ଜ୍ୟୋସ୍ନାରାଣୀଙ୍କ ପରିବାର କନ୍ୟାକୁ ଧରି ପହଂଚି ଥିଲେ ସୁବଳୟା ଥାନାରେ । ପୋଲିସ୍‌ ଏସ୍‌ଡିପିଓ ଧୀରଜ ଚୋପଦାର ଓ ଥାନା ଅଧିକାରୀ ପ୍ରଦୀପ ପଧାନଙ୍କ ଉପସ୍ଥିତିରେ ଏହି ବିବାହ ସଂପନ୍ନ ହୋଇଛି । ଦୀପ୍ତିରଂଜନଙ୍କ ଏହି କର୍ତ୍ତବ୍ୟନିଷ୍ଠାକୁ ସବୁ ମହଲରେ ପ୍ରଶଂସା କରାଯାଉଛି ।

Leave a Reply