spot_img

Latest Posts

ଆମେରିକାର ଓଡିଶା ସମାଜ ପକ୍ଷରୁ ଅଭିନେତା ସବ୍ୟସାଚୀଙ୍କ ଦ୍ୱାରା OSMCLକୁ ୫୦୦ ପଲସ୍ ଅକ୍ସିମିଟର ପ୍ରଦାନ

ଭୁବନେଶ୍ୱର: କରୋନା ମହାମାରୀର ମୁକାବିଲା କରିବା ଲାଗି ଆମେରିକା ଓଡିଶା ସୋସାଇଟିର ହେଲଥ୍ ଆଣ୍ଡ ଓ୍ୱେଲନେସ୍ ଗ୍ରୁପ୍ (ଏଚଡବ୍ଲ୍ୟୁଜି) ପକ୍ଷରୁ ଓଲିଉଡ୍ ଅଭିନେତା ସବ୍ୟସାଚୀଙ୍କ ଦ୍ୱାରା ଓଡିଶା ରାଜ୍ୟ ମେଡିକାଲ୍ କର୍ପୋରେସନ୍ ଲି. (ଓଏସଏମସିଏଲ) କୁ ହାଇ ଆଣ୍ଡ ଫ୍ଲାଗସିପ୍ ପଲସ୍ ଅକ୍ସିମିଟର ପ୍ରଦାନ କରାଯାଇଛି । ଯାହାର ମୂଲ୍ୟ ୮ ଲକ୍ଷ ଟଙ୍କା ରହିଛି ।

ମ୍ୟାନେଜିଙ୍ଗ ଡାଇରେକ୍ଟର ଯାମିନି ଷଡଙ୍ଗୀ, ଆଇଏଏସ୍ ଆଣ୍ଡ ଜିଏମ୍-ଅପରେସନ୍ ଡ. ସୌଭାଗ୍ୟ ରଞ୍ଜନ ରଣସିଂହଙ୍କ ଉପସ୍ଥିତିରେ ହେଲଥ୍ ଆଣ୍ଡ ଓ୍ୱେଲନେସ୍ ଗ୍ରୁପର ଗୁଡଓ୍ୱିଲ୍ ଆମ୍ବାସଡର ତଥା ସିନେ ଅଭିନେତା ସବ୍ୟସାଚୀ ମିଶ୍ର ଏହାକୁ ଓଏସଏମସିଏଲକୁ ହସ୍ତାନ୍ତର କରିଛନ୍ତି ।

ଏହି ଅକ୍ସିମିଟର ଗୁଡିକ ଗ୍ରାମାଞ୍ଚଳରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ବିଶେଷ ସହାୟକ ହେବ ବୋଲି ସୂଚନା ମିଳିଛି ।

ଆଇଏଏସ୍ ପ୍ରଦୀପ୍ତ କୁମାର ମହାପାତ୍ର, ଏଚଡବ୍ଲ୍ୟୁଜି ଚେୟାରମ୍ୟାନ୍ ଡ. ଦେବାଶିଷ ରଏ (ୟୁଏସଏ) ଆଣ୍ଡ୍ ପ୍ରୋଜେକ୍ଟ ଲିଡର୍ ଡି. ନିବେଦିତା ମହାନ୍ତି  (ୟୁଏସଏ) ଏହି ପ୍ରୋଜେକ୍ଟକୁ ସଫଳ କରିବା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

କିଛି ମାସ ପୂର୍ବରୁ ହେଲଥ୍ ଆଣ୍ଡ ଓ୍ୱେଲନେସ୍ ଗ୍ରୁପ୍ ପକ୍ଷରୁ ସମସ୍ତ ଅତ୍ୟାଧୁନିକ ସୁବିଧା ସହ ଆଡଭାନ୍ସଡ୍ ମୋବାଇଲ୍ କୋଭିଡ ଟେଷ୍ଟିଂ ଭ୍ୟାନ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରାଯାଇଥିଲା । ଯାହା ଫଳରେ ସ୍ୱାବ୍ ଟେଷ୍ଟିଂ ପ୍ରୋସେସ୍ ରେ ସହାୟତା ମିଳିପାରିବ ।

ଏଚଡବ୍ଲ୍ୟୁଜି ଚେୟାରମ୍ୟାନ୍ ଡ. ଦେବାଶିଷ ରଏ (ୟୁଏସଏ) କହିଛନ୍ତି ଯେ, ‘‘ହେଲଥ୍ ଆଣ୍ଡ ଓ୍ୱେଲନେସ୍ ଗ୍ରୁପ୍ ଆମେରିକାରେ କାର୍ଯ୍ୟରତ ଓଡିଆ ଡାକ୍ତରଙ୍କୁ ନେଇ ଗଠିତ । ଆଗାମୀ ଭବିଷ୍ୟତରେ ଏହି ଗ୍ରୁପ୍ ସବ୍ୟସାଚୀ ମିଶ୍ରଙ୍କ ମିଶି ଅଧିକ ଯୋଜନା ହାତକୁ ନେବା ସହ ଓଡିଆ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଗ୍ଲୋବାଲ ନେଟଓ୍ୱର୍କ ଗଠନ କରାଯିବ’’ ।

ଏନେଇ ସବ୍ୟସାଚୀ ମିଶ୍ର କୁହନ୍ତି ଯେ ‘‘ଏହା ଓଏସଏ ଏଚଡବ୍ଲ୍ୟୁଜି ପାଇଁ ଏକ ବଡ ସଫଳତା । ଯାହାକି ଏକ ହେଲଥୀ ଓଡିଶା ଗଠନ କରିବାରେ ସହାୟକ ହେବ’’ ।

Latest Posts

Don't Miss