ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟର ମାନ୍ୟତା ଦିଆଯାଉ: ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟର ମାନ୍ୟତା ଦିଆଯାଉ । ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଥିବାରୁ ମାନ୍ୟତା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ପୂର୍ବାଞ୍ଚଳ ପରିଷଦ ବୈଠକରେ ଓଡ଼ିଶା ସମେତ ପୂର୍ବ ଭାରତର ବିଭିନ୍ନ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ପୌର ପରିଷଦକୁ ଅନୁଦାନ ପ୍ରଦାନରେ ବିଳମ୍ବ, ଧାନ ସଂଗ୍ରହରେ ରିହାତି ପ୍ରଦାନ କରାଯାଉନଥିବା ଏବଂ ରେଳବାଇ ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହୁଥିବା ପ୍ରସଙ୍ଗ ଉଠାଇଥିଲେ ନବୀନ  ।

ଟେଲି ଯୋଗଯୋଗ, ବ୍ୟାଙ୍କିଂ, ରେଳ ଓ ସଡ଼କ ପଥ ଘନତା ପ୍ରସଙ୍ଗରେ ନବୀନ କହିଥିଲେ ଯେ, ସାରା ଦେଶରେ ପୂର୍ବ ଭାରତ ସବୁଠାରୁ ନିମ୍ନସ୍ତରରେ ରହିଛି ।  ଏହି ସବୁ କ୍ଷେତ୍ର ପାଇଁ କେନ୍ଦ୍ରୀୟ ଅନୁଦାନ ଦୁଇଗୁଣା କଲେ ହିଁ ଜାତୀୟ ମାନଦଣ୍ଡ ସହ ସମତୁଲ ହୋଇପାରିବ । ଏହି ସବୁ ଅଞ୍ଚଳର ଅର୍ଥନୈତିକ ବିକାଶର ସୁଫଳ ଲୋକଙ୍କ ପାଖରେ ପହଞ୍ଚିବା ଉଚିତ୍ । ୨୦୧୨ରୁ କୋଇଲା ରୟାଲିଟିର ସଂଶୋଧନ ହୋଇନାହିଁ ଏହାର ସଂଶୋଧନ ବର୍ତ୍ତମାନ ପରିସ୍ଥିତିରେ ଜରୁରୀ ହୋଇପଡ଼ିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଶାକୁ କ୍ଲିନ୍ ଏନର୍ଜି, ସେସ ପ୍ରଦାନ ପ୍ରସଙ୍ଗ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ଦେଶର ସର୍ବାଧିକ ଅନସୁଚିତ ଜାତି, ଜନଜାତି ଅଞ୍ଚଳ ରହିଛି । ତେଣୁ ହୋ, ଭୂମିଜ ଏବଂ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବାକୁ ନବୀନ ଦାବି କରିଛନ୍ତି ।

ଜଗନ୍ନାଥଙ୍କ ଭୂମିରେ ପୂର୍ବାଞ୍ଚଳ ପରିଷଦ ବୈଠକ ପାଇଁ ସୁଯୋଗ ମିଳିଥିବାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ । କେନ୍ଦ୍ର-ରାଜ୍ୟ ଓ ଅନ୍ତଃରାଜ୍ୟ ସମନ୍ୱୟ ପ୍ରସଙ୍ଗରେ ସେ କହିଥିଲେ ଯେ , ଆର୍ଥିକ ଭିତ୍ତିଭୂମି ଓ ବୈଷୟିକ କ୍ଷେତ୍ରରେ ଏହି ସମନ୍ୱୟ ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି । ଏହାଦ୍ୱାରା ରାଜ୍ୟ ଓ କେନ୍ଦ୍ର-ରାଜ୍ୟ ମଧ୍ୟରେ ଆବେଗପୂର୍ଣ୍ଣ ସମନ୍ୱୟ ଦୃଢୀଭୂତ ହେବ ।

Leave a Reply