ପଶ୍ଚିମବଙ୍ଗକୁ ଅମ୍ଫାନ୍‌ ସହାୟତା, ୫ ଶହ ଟନ୍‌ ପଲିଥିନ୍‌ ପଠାଇଲା ଓଡ଼ିଶା

1 min read

ଭୁବନେଶ୍ୱର: ପୁଣି ପଶ୍ଚିମବଙ୍ଗକୁ ସହଯୋଗର ହାତ ବଢ଼ାଇଲା ଓଡ଼ିଶା । ବତ୍ୟା ଅମ୍ଫାନ୍‌ ପରେ ପଶ୍ଚିମବଙ୍ଗର ଅଣ୍ଟା ଭାଙ୍ଗି ପଡ଼ିଥିବା ବେଳେ ଓଡ଼ିଶା ସାଜିଛି ତା’ର ଆଶାବାଡ଼ି । ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା ଅମ୍ଫାନ୍‌ ତାଣ୍ଡବ ରଚିଛି । ଏଥିରେ ଅନେକ ଘରର ଛାତ ଉଡ଼ିଯାଇଛି । ବାସହରା ହୋଇ ଖୋଲା ଆକାଶ ତଳେ ପଡ଼ିରହିଛନ୍ତି ଅନେକ ପରିବାର ।

ତେବେ ପଶ୍ଚିମବଙ୍ଗର ଏଭଳି ପରିସ୍ଥିତିରେ ଓଡ଼ିଶା ସହଯୋଗର ହାତ ବଢ଼ାଇଛି । ପ୍ରଥମେ ଯୁଦ୍ଧକାଳିନ ଭିତ୍ତିରେ ୩୦୦ ଅଗ୍ନିଶମ ବାହିନୀଙ୍କୁ ପଠାଇ ପୁନରୁଦ୍ଧାର କାର୍ଯ୍ୟରେ ଓଡ଼ିଶା ସହଯୋଗ କରିଥିବା ବେଳ ଏବେ ପୁଣି ୫୦୦ ଟନ୍‌ର ପଲିଥିନ ଯୋଗାଇଛି ।

ବାତ୍ୟା ଅମ୍ଫାନ୍‌ରେ ବସହରା ହୋଇଥିବା ପରିବାରଙ୍କ ପାଇଁ ଟେମ୍ପୋରାରୀ ଛାତ ନିହାତି ଆବଶ୍ୟକ ଥିଲା । ଯାହାର ସମାଧନ କରିବାକୁ ଚେଷ୍ଟା କରିଛି ଓଡ଼ିଶା । ଏକାଧିକ ଟ୍ରକ୍‌ରେ ୫୦୦ ଶହ ଟନ୍‌ର ପଲିଥିନ୍‌ ପଠାଇଛି ପଶ୍ଚିମବଙ୍ଗକୁ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ବଙ୍ଗକୁ ସହଯୋଗ କରିବେ ବୋଲି ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ।

Leave a Reply