ମେଡିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ବନ୍ଦ ପାଳୁଛି ତାଳଚେର

1 min read

ଅନୁଗୁଳ: କେବେ କାର୍ଯ୍ୟକ୍ଷମ ହେବ ତାଳଚେର ମେଡ଼ିକାଲ କଲେଜ ? ମହାନଦୀ ଇନଷ୍ଟିଚ୍ୟୁଟ ଅଫ୍ ମେଡ଼ିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚରେ କେବେ ହେବ ପାଠପଢା ? ନିର୍ମାଣ କାମ ସରିଥିଲେ ବି କାହିଁକି ହୋଇପାରୁନି ଆଡମିଶନ? ମେଡିକାଲ କଲେଜକୁ ତୁରନ୍ତ ଚାଲୁ କରିବା ଦାବିରେ ଆଜି ତାଳଚେର ବନ୍ଦ ପାଳୁଛି ତାଳଚେର ସୁରକ୍ଷା ମଞ୍ଚ ।

ସକାଳ ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେଉଛି । ସହରର ସମସ୍ତ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି । ଖଣିରୁ ଉତ୍ପାଦନ ମଧ୍ୟ ବନ୍ଦ ରଖାଯାଇଛି । ମଞ୍ଚର ଅଭିଯୋଗ ଅନୁସାରେ ଏମସିଏଲ ତାଳଚେରରେ ମେଡ଼ିକାଲ କଲେଜ ଓ ହସ୍ପିଟାଲ ଚଳାଇବାକୁ ନିଷ୍ପତି ହୋଇଥିଲା । ରାଜ୍ୟ ସରକାର ୨୦ ଏକର ଜାଗା ଦେବା ସହ ସବୁ ପ୍ରକାର ସହଯୋଗ କରିଥିଲେ ।

୨୦୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ରଖିଥିଲେ । ୫୦୦କୋଟି ଟଙ୍କା ଖର୍ଚ୍ଚରେ ୧୦୦ସିଟ୍ ବିଶିଷ୍ଟ ମେଡିକାଲ କଲେଜର ନିର୍ମାଣ କାମ ସରିଥିଲେ ବି ଆଡମିଶନ ହୋଇପାରିନାହିଁ । ରାଜ୍ୟ ସରକାର ମେଡିକାଲ କଲେଜ ପାଇଁ ସମସ୍ତ ସହାୟତା ପ୍ରଦାନ କରିଛନ୍ତି । ଏଣୁ ଏହାର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାରଙ୍କୁ ଦିଆଯାଇ ଖୁବଶୀଘ୍ର ମେଡିକାଲ କଲେଜ କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି ।

ଏଥିସହିତ ପଢ଼ନ୍ତୁ: ଉପକୂଳରେ ପ୍ରବଳ ବର୍ଷିବ: ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ରହିବ

[DISPLAY_ULTIMATE_SOCIAL_ICONS]