ଆଜିଠୁ କ୍ଲାସରେ ପାଠ ପଢ଼ିବେ ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜିଠୁ ଶ୍ରେଣୀଗୃହରେ ପାଠ ପଢିବେ ନବମ ଓ ଏକାଦଶ କ୍ଲାସ୍‌ର ଛାତ୍ରଛାତ୍ରୀ । ଏଥିପାଇଁ ସ୍କୁଲ ଗୁଡିକରେ ସମସ୍ତ ପ୍ରସ୍ତୁତି ସରିଥିବାବେଳେ କୋଭିଡ ନିୟମ ପାଳନକୁ ଗୁରୁତ୍ୱ ଦିଆଯାଇଛି । ସକାଳ ୮.୩୦ରୁ ୧୦.୩୦ ପର୍ଯ୍ୟନ୍ତ କ୍ଲାସ୍‌ ହେବ। ଦୁଇ ଘଣ୍ଟା ଭିତରେ ୩ଟି ପିରିୟଡ ରହିବ । ଗଣିତ, ଇଂରାଜୀ, ବିଜ୍ଞାନ ଓ ସାମାଜିକ ବିଜ୍ଞାନକୁ ଦିଆଯିବ ଗୁରୁତ୍ୱ ଦିଆଯାଉଛି । ପ୍ରତି ଶ୍ରେଣୀ ଗୃହରେ ସମାଜିକ ଦୂରତା ରଖି ୨୦ରୁ ୨୫ ଛାତ୍ରଛାତ୍ରୀ ପଢ଼ିବେ । ସାମାଜିକ ଦୂରତା କାରଣରୁ ଅଧିକ ଶ୍ରେଣୀଗୃହ ସହ ଅଧିକ ଶିକ୍ଷକଙ୍କର ଆବଶ୍ୟକତା ରହିଛି । ଏଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି ।

ବର୍ତ୍ତମାନ ସ୍ଥିତିରେ ଯୋଗ୍ୟ ପ୍ରାଥମିକ ଓ ଅବସରପ୍ରାପ୍ତ ଶିକ୍ଷକ କ୍ଲାସ୍ ନେବେବୋଲି ସୂଚନା ରହିଛି । ନବମ ଓ ଏକାଦଶ ଶ୍ରେଣୀ ପାଇଁ ରବିବାର ଛୁଟି ରହିବ । କୋଭିଡ୍‌ ନିୟମାବଳୀ ଓ ଅଭିଭାବକଙ୍କ ଅନୁମତି ସହ ପାଠପଢ଼ା ଚାଲିବ । ଗତକାଲି ଭୁବନେଶ୍ୱର ଉତ୍କଳ ୟୁନିଭର୍ସିଟି ସ୍କୁଲ ପରିଦର୍ଶନ କରି ଚୁଡାନ୍ତ ପ୍ରସ୍ତୁତି ପରଖିଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

 

ଅନ୍ୟପଟେ ବିହାର, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରେ ମଧ୍ୟ ସ୍କୁଲ୍ ଖୋଲିବାକୁ ସ୍ଥାନୀୟ ସରକାର ଅନୁମତି ଦେଇଛନ୍ତି । ଆଗକୁ ପରୀକ୍ଷା ଥିବାରୁ ଛାତ୍ରଛାତ୍ରୀଙ୍କର ନିୟମିତ କ୍ଲାସ୍ କରିବାକୁ ନିଷ୍ପତ୍ତି ହୋଇଛି । କୋଭିଡ ନିୟମକୁ ମାନି ସମସ୍ତ ସ୍କୁଲ୍ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ସ୍ୱତନ୍ତ୍ର ଏସଓପି ଜାରି କରାଯାଇଛି । ସ୍କୁଲ୍ କର୍ମଚାରୀଙ୍କ ସହିତ ଛାତ୍ରଛାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳ କରାଯାଇଛି ।

ସମସ୍ତେ ସାମାଜିକ ଦୂରତାକୁ ମାନି ଶ୍ରେଣୀଗୃହ ପରିଚାଳନା କରିବାକୁ ନିର୍ଦ୍ଦେଶ ହୋଇଛି । ଛାତ୍ରଛାତ୍ରୀଙ୍କର ଥର୍ମାଲ୍ ସ୍କ୍ରିନିଂ ସହିତ ନିୟମିତ ସ୍ୱାସ୍ଥ୍ୟ ପରିକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ବିହାରରେ ଆଜିଠୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ୍ ଖୋଲିବାକୁ ଅନୁମତି ମଳିଛି । ପୂର୍ବରୁ ବିହାରରେ ଦ୍ୱାଦଶ ଶ୍ରେଣୀ ଖୋଲିସାରିଛି । ତ୍ତରପ୍ରଦେଶରେ ମଧ୍ୟ ଆଜିଠାରୁ ସ୍କୁଲ୍ ଖୋଲୁଛି । ସେହିପରି ଉତ୍ତରାଖଣ୍ଡରେ ପୂର୍ବରୁ ଦ୍ୱାଦଶ ଶ୍ରେଣୀ ଖୋଲିସାରିଥିବାବେଳେ ଆଜିଠୁ ଅନ୍ୟାନ୍ୟ ଶ୍ରେଣୀ ଖୋଲିବାକୁ ଅନୁମତି ମିଳିଛି ।

Leave a Reply