‘ସୁନନ୍ଦା ସମ୍ମାନ’ର ଅର୍ଥରାଶିକୁ ଅନୁମୋଦନ କଲେ ମୁଖ୍ଯମନ୍ତ୍ରୀ

ଭୁବନେଶ୍ୱର: ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ସ୍ୱର୍ଗତ ସୁନନ୍ଦା ପଟ୍ଟନାୟକଙ୍କ ନାମରେ ଶାସ୍ତ୍ରୀୟ ସଙ୍ଗୀତ କ୍ଷେତ୍ରରେ ଅସାମାନ୍ୟ କୃତୀତ୍ୱ ହାସଲ କରିଥିବା ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ଦିଆଯିବ ‘ସୁନନ୍ଦା ସମ୍ମାନ’ । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ଏପରି ସମ୍ମାନ ବ୍ୟବସ୍ଥା କରାଯିବ । ଶାସ୍ତ୍ରୀୟ ସଙ୍ଗୀତ ପାଇଁ ଦିଆଯାଉଥିବା ଏହି ପୁରସ୍କାରର ନାମ ‘ସୁନନ୍ଦା ସମ୍ମାନ’ ରଖାଯାଇଛି । ପୁରସ୍କାର ବାବଦକୁ ୨ ଲକ୍ଷ ୫୦ ହଜାର ଟଙ୍କା ଦିଆଯିବ । ଏହି ଅର୍ଥ ରାଶି ପ୍ରଦାନ ଲାଗି ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

            ସୂଚନା ଯୋଗ୍ୟ, ଶାସ୍ତ୍ରୀୟ ସଙ୍ଗୀତଜ୍ଞ ସୁନନ୍ଦା ପଟ୍ଟନାୟକଙ୍କ ଦେହାନ୍ତ ପରେ ତାଙ୍କ ସ୍ମୃତିରେ ସୁନନ୍ଦ ସମ୍ମାନ ଓ ଚେୟାର ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଓଡ଼ିଶା ସଙ୍ଗୀତ ନାଟକ ଓ ଏକାଡେମୀ ପକ୍ଷରୁ ଶାସ୍ତ୍ରୀୟ ସଙ୍ଗୀତରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ରାଜ୍ୟର ଜଣେ ବିଶିଷ୍ଟ ସଙ୍ଗୀତଜ୍ଞଙ୍କୁ ‘ସୁନନ୍ଦା ସମ୍ମାନ’ ପ୍ରଦାନ କରାଯିବ । ଏଥିସହିତ ଶାସ୍ତ୍ରୀୟ ସଙ୍ଗୀତରେ ଉଚ୍ଚତର ଗବେଷଣା ଓ ଶିକ୍ଷା ପାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଗୁରୁମା ସୁନନ୍ଦା ପଟ୍ଟନାୟକ ଚେୟାର’ ପ୍ରତିଷ୍ଠା କରାଯିବ ବୋଲି ମଧ୍ୟ ଘୋଷଣା ହୋଇଛି ।

ଟେକ୍ନୋଲୋଜି ଆଣିବ ସ୍ୱଛତା : ଅନଲାଇନ୍ ମାଧ୍ୟମରେ ହେବ ଧାନ ସଂଗ୍ରହଠାରୁ ରାସନ କାର୍ଡ୍ ଆବେଦନ

Leave a Reply