ଏବେ ଓଡ଼ିଶାରେ ବି ଫଳୁଛି ସେଓ, ୟୁଟ୍ୟୁବ୍‌ରୁ ଦେଖି ଚାଷ କରିଛନ୍ତି ତିନି ଓଡ଼ିଆ ଚାଷୀ

1 min read
Odisha Sambalpu News, Apple Farming Success On Odisha Climate

ସମ୍ବଲପୁର: ଓଡ଼ିଶାରେ ହେଉଛି ସେଓ ଚାଷ । କଥାଟା ବିଶ୍ୱାସ୍‌ ହେଉନଥିଲେ ମଧ୍ୟ ସତ । ଓଡ଼ିଶା ପାଣିପାଗରେ ସେଓ ଚାଷ କରି ସଫଳ ହୋଇଛନ୍ତି ୩ ଓଡ଼ିଆ ଚାଷୀ । କେବଳ ଯେ ଥଣ୍ଡା ଜଳବାୟୁରେ ହିଁ ସେଓ ଚାଷ ହୋଇପାରିବ ତାକୁ ଭୁଲ ପ୍ରମାଣିତ କରିଛନ୍ତି ୩ ଓଡ଼ିଆ ଚାଷୀ । ଏହି ୩ ଓଡ଼ିଆ ଚାଷୀ ହେଉଛନ୍ତି ଗୋଟିଏ ପରିବାରର ୩ ଭାଇ ।

Apple Farming

ଓଡ଼ିଶାରେ ସେଓର ଚାହିଦା ଢେର ଅଧିକ । ହେଲେ ସେଓ ପାଇଁ ଏଠାକାର ଲୋକଙ୍କୁ ଜାମ୍ମୁ-କାଶ୍ମୀର ଉପରେ ସର୍ବଦା ନିର୍ଭର କରିବାକୁ ପଡ଼ିଥାଏ । କାରଣ ସେଠାକାର ଜଳବାୟୁ ସେଓ ଚାଷ ପାଇଁ ଅଧିକ ଉପଯୋଗୀ । ହେଲେ ଏହାକୁ ଭୂଲ ପ୍ରମାଣିତ କରି ଦେଖାଇଛନ୍ତି ସମ୍ବଲପୁର ଜମନକିରା ବ୍ଲକ ଗମ୍ଭାରୀମୁଣ୍ଡାର ୩ ଭାଇ ।

Apple Farming

ଉମାକାନ୍ତ କଉଡ଼ି ଓ ତାଙ୍କର ୨ ଭାଇ ବଗିଚାରେ ଲଗାଇଛନ୍ତି ପାଖାପାଖି ୫୦ଟି ସେଓ ଗଛ । ଓଡ଼ିଶାରେ ସେଓର ଚାହିଦା ଦେଖି ସେଓ ଚାଷ କରିବାକୁ ମନ ବଳାଇଥିଲେ ୩ ଭାଇ । ପରେ ୟୁଟ୍ୟୁବ୍‌ରେ ଏହାର ପ୍ରସ୍ତୁତି ପ୍ରଣାଳୀ ଦେଖିବା ପରେ ଅନ୍‌ଲାଇନ୍‌ରେ ମଗାଇଥିଲେ ଚାରା । ଦୀର୍ଘ ୧୭ ମାସର ଅକ୍ଳାନ୍ତ ପରିଶ୍ରମ ପରେ ତିନି ଭାଇଙ୍କର ସ୍ୱପ୍ନ ପୁରା ହୋଇଛି । ଓଡ଼ିଶାମାଟିରେ ସେଓ ଚାଷ କରି ସଫଳ ହୋଇଛନ୍ତି ।

Apple Farming

ସେମାନଙ୍କର ଦୃଢ ମନୋବଳ ସହ ଉପଯୁକ୍ତ ସମୟରେ ପାଣି, କୀଟନାଶକ ଓ ହରମୋନ ଦେଇ ସେମାନେ ସେଓ ଫଳାଇବାରେ ସଫଳ ହୋଇଛନ୍ତି । ଆଗକୁ ପରିବେଶ ଅନୁସାରେ ସଠିକ୍ ପରାମର୍ଶ ମିଳିଲେ ଏହି ଚାଷକୁ ଅନେକ ଆପଣାଇପାରିବେ ବୋଲି ଉଦ୍ଭିଦ ବିଜ୍ଞାନୀ ମତ ଦେଇଛନ୍ତି । 

Apple Farming

ତିନି ଭାଇଙ୍କର ଏଭଳି ପ୍ରୟାସ ସଫଳ ହେବା ପରେ ଅନେକ ଚାଷୀ ଭାଇଙ୍କ ମନୋବଳ ବୃଦ୍ଧି ପାଇଛି । ସେମାନେ ବି ଏବେ ସେଓ ଚାଷ କିଭଳି ହୋଇପାରିବ ସେ ନେଇ ମନ ବଳାଉଥିବା ଦେଖିବାକୁ ମିଳିଛି । ତିନି ଭାଇଙ୍କୁ ଏବେ ସ୍ଥାନୀୟ ଅଞ୍ଚଳରୁ ଶୁଭେଚ୍ଛାର ସୁଅ ଛୁଟିଛି ।

Leave a Reply