ରାଜ୍ୟରେ ବେକାବୁ କରୋନା, ୨୪ ଘଣ୍ଟାରେ ୧୦ ହଜାର ୮୫୬ ଆକ୍ରାନ୍ତ ଚିହ୍ନଟ

1 min read

ଭୁବନେଶ୍ୱର: ସାରା ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଲଗାତାର ତିନି ଦିନ ଧରି ୧୦ ହଜାର ଉପରେ ରହିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାର ୮୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬ ହଜାର ୨୯୩ ଜଣ ଚିହ୍ନଟ ହୋଇଥିବାବେଳେ ୪ ହଜାର ୫୬୩ ଲୋକାଲ କେସ୍ ଚିହ୍ନଟ ହୋଇଛି । ସେହିପରି ୦-୧୮ ବର୍ଷ ମଧ୍ୟରେ ୧୦୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୩ ହଜାର ୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୧୯୪୩, କଟକରୁ ୯୦୯, ସମ୍ବଲପୁରରୁ ୫୦୦, ମୟୂରଭଞ୍ଜରୁ ୩୭୬, ବାଲେଶ୍ବରରୁ ୩୨୬, ପୁରୀରୁ ୧୯୮, ଝାରସୁଗୁଡାରୁ ୨୧୧, ବଲାଙ୍ଗୀରରୁ ୨୫୯, ଯାଜପୁରରୁ ୨୧୦, କୋରାପୁଟରୁ ୧୬୫, ଗଞ୍ଜାମରୁ ୧୩୯, ଜଗତସିଂହପୁର ୨୨୨, ଭଦ୍ରକରୁ ୧୦୧, ରାୟଗଡ଼ାରୁ ୧୫୬, କଳାହାଣ୍ଡିରୁ ୧୪୪, ନବରଙ୍ଗପୁରରୁ ୧୦୬, କେନ୍ଦୁଝରରୁ ୮୪, ସୋନପୁରରୁ ୧୦୨, ନୟାଗଡ଼ରୁ ୧୪୫, ଗଜପତିରୁ ୧୩୫, ବରଗଡ଼ରୁ ୧୪୫, ନୂଆପଡାରୁ ୭୫, କେନ୍ଦ୍ରାପଡାରୁ ୭୫, ଢେଙ୍କାନାଳରୁ ୬୯, ଅନୁଗୁଳରୁ ୧୦୪, କନ୍ଧମାଳରୁ ୪୨, ଦେବଗଡ଼ରୁ ୨୪, ମାଲକାନଗିରିରୁ ୫୪, ବୌଦ୍ଧରୁ ୩୮ ଓ ଷ୍ଟେଟପୁଲରୁ ୭୧୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୨୨୧୬ ସଂକ୍ରମିତ କରୋନାରୁ ସୁସ୍ଥ ହୋଇଛନ୍ତି ।

Leave a Reply