spot_img

Latest Posts

ସାରା ଦେଶ ପାଇଁ ଓଡିଶା ସାଜିଛି ରୋଲ ମଡେଲ

ଭୁବନେଶ୍ବର: ରାଜନୀତି ସର୍ବଦା ପଙ୍କିଳ, କଳୁଷିତ, ଆବର୍ଜନାପୂର୍ଣ୍ଣ ହୋଇ ନଥାଏ । ଲୋକଙ୍କ ସେବା କରିବା ଲାଗି ଏହା ଏକ ଶ୍ରେଷ୍ଠ ମଞ୍ଚ । ଭୁବନେଶ୍ବରରେ ଆୟୋଜିତ ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ଦୁଇଦିନିଆ ସାରସ୍ବତ ଉତ୍ସବ ‘ଅ’ ର ଉଦଯାପନୀ ଦିବସରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇଦିନିଆ କାର୍ଯ୍ୟକ୍ରମରେ ପର୍ଯ୍ୟଟନ, ସାହିତ୍ୟ, ସଂସ୍କୃତି, ଚଳଚ୍ଚିତ୍ର, ଐତିହ୍ୟ, ପରମ୍ପରା, ଭାଷା, କ୍ରାଇମ, ମହିଳା ସଶକ୍ତିକରଣ, ସାମାଜିକ ଗଣମାଧ୍ୟମ, ଓଡିଶା ବିକାଶ ଉପରେ ହୋଇଥିଲା ବିଶଦ ଆଲୋଚନା ।

ବିକାଶ ପଥରେ ଓଡିଶା । ସାରା ଦେଶ ପାଇଁ ସାଜିଛି ରୋଲ ମଡେଲ । ଭାଷା, ସାହିତ୍ୟ, ସଂସ୍କୃତି, ରାଜନୀତି ଓ ଆର୍ଥିକ ବିକାଶ କ୍ଷେତ୍ରରେ ଓଡିଶା, ସାରା ଦେଶରେ ସାଜିଛି ଉଦାହରଣ । ପର୍ଯ୍ୟଟନଠାରୁ ଆରମ୍ଭ କରି ପ୍ରାକୃତିୟ ବିପର୍ଯ୍ୟୟ ପରିଚାଳନା, ମହିଳା ସଶକ୍ତିକରଣ, କୃଷି, ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ବିକାଶର ଆଗ ଧାଡ଼ିରେ ପହଞ୍ଚିଛି ଓଡ଼ିଶା । ଭୁବନେଶ୍ବରରେ ଆୟୋଜିତ ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ଦୁଇଦିନିଆ ସାରସ୍ବତ ଉତ୍ସବ ‘ଅ’ ର ଉଦଯାପନୀ ଦିବସରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଅବସରରେ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାଓ୍ବଲାଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନାରେ ବିଭିନ୍ନ ପ୍ରସଙ୍ଗର ରୋକଠୋକ ଉତ୍ତର ରଖିଛନ୍ତି ନବୀନ । ମହିଳା ସଶକ୍ତିକରଣ କ୍ଷେତ୍ରରେ ଆମପାଇଁ ସବୁଠାରୁ ବଡ଼ ଆୟୂଧ ହେଉଛି ମିଶନ ଶକ୍ତି । ଯାହା ରାଜ୍ୟର ୭୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କ ହାତମୁଠାକୁ ଟାଣ କରିଛି ବୋଲି କହିଛନ୍ତି ନବୀନ । ଓଡ଼ିଶା ଆଜି ଦାରିଦ୍ରର ଅନ୍ଧକାରରୁ ମୁକୁଳି ବିକାଶର ସକାଳ ଦେଖୁଛି । ରାଜନୀତି ସର୍ବଦା ପଙ୍କିଳ, କଳୁଷିତ, ଆବର୍ଜନାପୂର୍ଣ୍ଣ ହୋଇ ନଥାଏ । ଲୋକଙ୍କ ସେବା କରିବା ଲାଗି ଏହା ଏକ ଶ୍ରେଷ୍ଠ ମଞ୍ଚ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

କାର୍ଯ୍ୟକ୍ରମର ଉଦଯାପନୀ ଦିବସରେ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ପୂର୍ବକ ଏକ ଡକୁମେଣ୍ଟରୀ ପ୍ରଦର୍ଶିତ କରାଯାଇଥିଲା । ଦିବଂଗତ ଗୀତା ମେହେଟ୍ଟାଙ୍କ ଜୀବନୀ ଓ କୃତିତ୍ବ କାହାଣୀକୁ ନେଇ ପ୍ରଦର୍ଶିତ ହୋଇଥିଲା ଡକ୍ୟୁମେଣ୍ଟାରୀ । ନିଜ ବଡ଼ ଭଉଣୀକୁ ମନେ ପକାଇ ଭାବବିହ୍ବଳ ହୋଇଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ପେରୁମାଲ ମୁରୁଗାନଙ୍କୁ ରାମନାଥ ଗୋଏଙ୍କା ସାହିତ୍ୟ ସମ୍ମାନ ପ୍ରଦାନ କରାଇଥିବା ବେଳେ ଅନ୍ୟାନ୍ୟ ବର୍ଗରେ ଅନିରୁଦ୍ଧ କାନିସେଟ୍ଟି, ଦେବୀକା ରରଗେଙ୍କୁ ସମ୍ମାନିତ କରାଯାଇଥିଲା ।

କାର୍ଯ୍ୟକ୍ରମରେ ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ଅଧ୍ୟକ୍ଷ ମନୋଜ କୁମାର ନିନ୍ଥାଲିଆ, ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ ଅଧ୍ୟକ୍ଷ ବିବେକ ଦେବରାୟ, କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମୀ ମେନନ, ରେସିଡେଣ୍ଟାଲ ଏଡିଟର ଶିବ ପ୍ରସାଦ ମହାନ୍ତି ସାମିଲ ହୋଇଥିଲେ । ଦି ନିଉ ଇଣ୍ଡିଆନ ଏକ୍ସପ୍ରେସର ସମ୍ପାଦକ ଶାନ୍ତ୍ୱନା ଭଟ୍ଟାଚାର୍ଯ୍ୟ ଫେଷ୍ଟିଭାଲ ଉପରେ ଆଲୋକପାତ କରିଥିଲେ ।

ଦୁଇଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଶିଷ୍ଟ ଅନୁବାଦକ ମଣିଶଙ୍କର ଆୟାର, ପ୍ରଖ୍ୟାତ ଫିଲ୍ମ ପ୍ରଯୋଜକ ତଥା ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡା, ବରିଷ୍ଠ ସାମ୍ବାଦିକ ସମ୍ପଦ ପଟ୍ଟନାୟକ, ବିଶିଷ୍ଟ ଲେଖକ ସୁରେନ୍ଦ୍ର ମୋହନ ପାଠକ, ଅର୍ଥନୀତି ବିଶେଷଜ୍ଞ ପାରକଳା ପ୍ରଭାକର, ବିଶିଷ୍ଟ ବୈଜ୍ଞାନିକ ଆନନ୍ଦ ରଙ୍ଗନାଥନ ଯୋଗଦେଇଥିଲେ । ପର୍ଯ୍ୟଟନ, ସାହିତ୍ୟ, ସଂସ୍କୁତି, ଚଳଚିତ୍ର, ଐତିହ୍ୟ, ପରମ୍ପରା, ଭାଷା, କ୍ରାଇମ, ମହିଳା ସଶକ୍ତିକରଣ, ସାମାଜିକ ଗଣମାଧ୍ୟମ, ଓଡିଶା ବିକାଶ ଉପରେ ଆଲୋଚନା କରିଥିଲେ ।

 

Latest Posts

Don't Miss