ରାଜ୍ୟର ୨୧ ଜିଲ୍ଲାରୁ ୨୦୮ କୋଭିଡ୍ ପଜିଟିଭ୍
1 min readଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୨୦୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ମଧ୍ୟରେ ୨୩ ଜଣ ଅଛନ୍ତି । ୧୧୯ ଜଣ ସଂକ୍ରମିତ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୮୯ ଜଣ ସ୍ଥାନୀୟ ସଂକ୍ରମିତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Covid-19 Report For 5th November
New Positive Cases: 208
Of which 0-18 years: 23
In quarantine: 119
Local contacts: 89(Details of local contacts will be shared by concerned District)
1. Balasore: 3
2. Bargarh: 1
3. Bhadrak: 1
4. Boudh: 1
5. Cuttack: 20
6. Deogarh: 1— I & PR Department, Odisha (@IPR_Odisha) November 6, 2021
ବାଲେଶ୍ୱରରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ଜଣେ, ଭଦ୍ରକରୁ ଜଣେ, ବୌଦ୍ଧରୁ ଜଣେ, କଟକରୁ ୨୦ ଜଣ, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ଜଣେ, ଗଜପତିରୁ ୭ ଜଣ, ଗଞ୍ଜାମରୁ ୨ ଜଣ, ଜଗତସିଂହପୁରରୁ ୭ ଜଣ, ଯାଜପୁରରୁ ୧୨ ଜଣ, ଝାରସୁଗୁଡ଼ାରୁ ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
21. Sundargarh: 8
22. State Pool: 23New recoveries: 536
Cumulative tested: 22348388
Positive: 1043151
Recovered: 1031425
Active cases: 3319— I & PR Department, Odisha (@IPR_Odisha) November 6, 2021
ସେହିଭଳି କେନ୍ଦ୍ରାପଡ଼ାରୁ ୪ ଜଣ, କୋରାପୁଟରୁ ୨ ଜଣ, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୫ ଜଣ, ନୟାଗଡ଼ରୁ ଜଣେ, ପୁରୀରୁ ୩ ଜଣ, ନୟାଗଡ଼ରୁ ଜଣେ ଓ ଷ୍ଟେଟପୁଲରୁ ୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୩ ହଜାର ୧୫୧କୁ ବୃଦ୍ଧି ପାଇଛି । କରୋନାରୁ ୧୦ ଲକ୍ଷ ୩୧ ହଜାର ୪୨୫ ଜଣ ସୁସ୍ଥ ହୋଇଥିବା ବେଳେ ୩୩୧୯ ସକ୍ରିୟ ସଂକ୍ରମଣ ମାମଲା ରହିଛି ।