ପୁଣି ବଢ଼ିଲା କୋଭିଡ୍ ସଂକ୍ରମଣ, ରାଜ୍ୟରୁ ଆଉ ୧୮୯୭ ଆକ୍ରାନ୍ତ ଚିହ୍ନଟ

1 min read
Odisha Reports New 1897 Covid Cases In Last 24 Hours

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କୋଭିଡ୍ ସଂକ୍ରମଣ ମାମଲା । ବୁଧବାର ରାଜ୍ୟରେ ୧୨୧୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ୧୮୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ମଧ୍ୟରେ ୨୫୮ ଜଣ ରହିଛନ୍ତି । କ୍ୱାରେଣ୍ଟାଇନରୁ ୧୧୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୯୧ଟି ମାମଲା ସ୍ଥାନୀୟ ସଂକ୍ରମଣ ।

ଖୋର୍ଦ୍ଧା, ବାଲେଶ୍ୱର, କଟକ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଦୈନିକ ସଂକ୍ରମଣ ୩ ଅଙ୍କ ଉପରେ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ଶହେ ଜଣ, ବରଗଡ଼ରୁ ୧୬ ଜଣ, ଭଦ୍ରକରୁ ୭, ବଲାଙ୍ଗିରରୁ ୬, ବୌଦ୍ଧରୁ ୩, କଟକରୁ ୧୪୮, ଦେବଗଡ଼ରୁ ୧୬, ଢେଙ୍କାନାଳରୁ ୪, ଗଜପତିରୁ ୨, ଗଞ୍ଜାମରୁ ୩୪, ଜଗତସିଂହପୁରରୁ ୧୯, ଯାଜପୁରରୁ ୩୦, ଝାରସୁଗୁଡ଼ାରୁ ୬୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କଳାହାଣ୍ଡିରୁ ୧୪, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ୩୧, କୋରାପୁଟରୁ ୧୫, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୪୦, ନବରଙ୍ଗପୁରରୁ ୨୫, ନୟାଗଡ଼ରୁ ୧୪, ନୂଆପଡ଼ାରୁ ୧୨, ପୁରୀରୁ ୫୪, ରାୟଗଡ଼ାରୁ ୭, ସମ୍ବଲପୁରରୁ ୧୨୫, ସୋନପୁରରୁ ୧୩, ସୁନ୍ଦରଗଡ଼ରୁ ୨୬୨ ଓ ଷ୍ଟେଟପୁଲରୁ ୧୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୯ ହଜାର ୭୭୩କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ୫ ହଜାର ୭୩୯ଟି କୋଭିଡ୍ ମାମଲା ସକ୍ରିୟ ରହିଛି । କରୋନାରୁ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୪୫ ହଜାର ୫୧୪ ଜଣ ।

Leave a Reply