ରାଜ୍ୟରେ କରୋନାରେ ଆଉ ୪୩ ଆକ୍ରାନ୍ତ ମୃତ
1 min readଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ହାର୍ ଖସିଥିବା ବେଳେ ମୃତ୍ୟୁସଂଖ୍ୟା କମୁନି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪୩ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଏଥିସହ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୩ ହଜାର ୯୩୦କୁ ବୃଦ୍ଧି ପାଇଛି । ଗତ ୨୬ ତାରିଖରେ ସର୍ବାଧିକ ୪୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା ।
Regret to inform the demise of forty three numbers of Covid positive patients while under treatment in hospitals.
1.A 53 years old Male of Balasore District.
2.A 43 years old Female of Baragarh District who was also suffering from Hypertension.
— H & FW Dept Odisha (@HFWOdisha) June 28, 2021
ବାଲେଶ୍ୱରରୁ ଜଣେ କୋଭିଡ୍ ଆକ୍ରାନ୍ତ ଆଖି ବୁଜିଥିବା ବେଳେ ବରଗଡ଼ରୁ ୫ ଜଣ, ଭଦ୍ରକରୁ ୩ ଜଣ, ଭୁବନେଶ୍ୱରରୁ ୫ ଜଣ, କଟକରୁ ୩ ଜଣ, ଢେଙ୍କାନାଳରୁ ୨ ଜଣ, ଗଞ୍ଜାମରୁ ୩ ଜଣ, କେନ୍ଦୁଝରରୁ ଜଣେ, ଖୋର୍ଦ୍ଧାରୁ ୪ ଜଣ, ମୟୂରଭଞ୍ଜରୁ ଜଣେ, ନୟାଗଡ଼ରୁ ୫ ଜଣ, ପୁରୀରୁ ୫ ଜଣ, ସମ୍ବଲପୁରରୁ ଜଣେ ଓ ସୁନ୍ଦରଗଡ଼ରୁ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।