ଦୀର୍ଘ ଦିନ ପରେ କୋଭିଡର ଲମ୍ବ ଡିଆଁ, ୪୦୦ ଟପିଲା ଦୈନିକ ସଂକ୍ରମଣ

1 min read
Odisha Reports More 424 Covid Cases In Last 24 Hours

ଭୁବନେଶ୍ୱର: ଦୀର୍ଘ ଦିନ ପରେ ରାଜ୍ୟରେ ଲମ୍ବ ଡିଆଁ ମାରିଛି କରୋନା ସଂକ୍ରମଣ । ଗତକାଲି ଦୈନିକ ସଂକ୍ରମଣ ମାମଲା ୩ ଶହ ପାଖାପାଖି ଥିବାବେଳେ ଆଜି ୪୦୦ ଟପିଛି । ରାଜ୍ୟରେ ୨୧ ଜିଲ୍ଲାରୁ ଆଉ ୪୨୪ ଜଣ କୋଭିଡ୍ ସଂକ୍ରମିତ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ୬୭ ଜଣ ଆକ୍ରାନ୍ତ ରହିଥିବା ବେଳେ କ୍ୱାରେଣ୍ଟାଇନରୁ ୨୪୯ ଜଣ ଓ ୧୭୫ଟି ସ୍ଥାନୀୟ ମାମଲା ଚିହ୍ନଟ ହୋଇଛି ।

ହଟସ୍ପଟରେ ରହିଛି ଖୋର୍ଦ୍ଧା ଜିଲ୍ଲା । ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଖୋର୍ଦ୍ଧାରୁ ୧୭୭ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୮ ଜଣ, ବରଗଡ଼ରୁ ୧୦ ଜଣ, ବରଗଡ଼ରୁ ଜଣେ, ବୌଦ୍ଧରୁ ଜଣେ, କଟକରୁ ୪୫ ଜଣ, ଢେଙ୍କାନାଳରୁ ୩ ଜଣ, ଗଞ୍ଜାମରୁ ୪ ଜଣ, ଗଜତସିଂହପୁରରୁ ୮ ଜଣ, ଯାଜପୁରରୁ ୯ ଜଣ, ଝାରସୁଗୁଡ଼ାରୁ ୧୫ ଜଣ, କଳାହାଣ୍ଡିରୁ ୨ ଜଣ, କେନ୍ଦ୍ରାପଡ଼ାରୁ ଜଣେ, କେନ୍ଦୁଝରରୁ ୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ମୟୂରଭଞ୍ଜରୁ ୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ନବରଙ୍ଗପୁରରୁ ୭ ଜଣ, ପୁରୀରୁ ୧୪ ଜଣ, ରାୟଗଡ଼ାରୁ ୪ ଜଣ, ସମ୍ବଲପୁରରୁ ୧୫ ଜଣ, ସୁନ୍ଦରଗଡ଼ରୁ ୩୮ ଜଣ, ଷ୍ଟେଟପୁଲରୁ ୪୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ଏକମାତ୍ର ଜିଲ୍ଲା ଭାବେ କନ୍ଧମାଳ କୋଭିଡ୍ ମୁକ୍ତ ରହିଛି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୫ ହଜାର ୫୫୬କୁ ବୃଦ୍ଧି ପାଇଛି । ଏବେ ୨୦୭୮ଟି ସକ୍ରିୟ ସଂକ୍ରମଣ ମାମଲା ରହିଥିବା ବେଳେ ୧୦ ଲକ୍ଷ ୪୪ ହଜାର ୯୬୨ ଜଣ କୋଭିଡରୁ ସୁସ୍ଥ ହୋଇଛନ୍ତି ।

Leave a Reply