ରାଜ୍ଯରେ ୪ ଶହ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ
1 min readଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍ । ଖସୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଦ୍ୱିତୀୟ ଲହର ସଂକ୍ରମଣରେ ପ୍ରଥମଥର ପାଇଁ ଦୈନିକ ମାମଲା ୪ ଶହ ତଳକୁ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୩ ଜିଲ୍ଲାର ଚିହ୍ନଟ ହୋଇଛନ୍ତି ଆଉ ୩୫୮ କରୋନା ସଂକ୍ରମିତ । ଆକ୍ରାନ୍ତଙ୍କ ମଧ୍ୟରେ ୪୭ ଜଣ ଶୂନରୁ ୧୮ ବର୍ଷର । ୨୦୯ଟି ମାମଲା କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୧୪୯ଟି ମାମଲା ସ୍ଥାନୀୟ ସଂକ୍ରମଣ ।
Covid-19 Report For 15th October
New Positive Cases: 358
Of which 0-18 years: 47
In quarantine: 209
Local contacts: 149(Details of local contacts will be shared by concerned Dist Administration)
1. Angul: 1
2. Balasore: 13
3. Bargarh: 3
4. Bhadrak: 8
5. Balangir: 4— I & PR Department, Odisha (@IPR_Odisha) October 16, 2021
ଖୋର୍ଦ୍ଧା ଜିଲ୍ଲାରୁ ୧୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ଜଣେ, ବାଲେଶ୍ୱରରୁ ୧୩, ବରଗଡ଼ରୁ ୩, ଭଦ୍ରକରୁ ୮, ବଲାଙ୍ଗିରରୁ ୪, ବୌଦ୍ଧରୁ ଜଣେ, କଟକରୁ ୧୫, ଦେବଗଡ଼ରୁ ଜଣେ, ଗଜପତିରୁ ୭, ଗଞ୍ଜାମରୁ ଜଣେ, ଜଗତସିଂହପୁରରୁ ୮, ଯାଜପୁରରୁ ୧୧, କେନ୍ଦ୍ରାପଡ଼ାରୁ ୧୩, କେନ୍ଦୁଝରରୁ ଜଣେ, କୋରାପୁଟରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
22. Sonepur: 2
23. Sundargarh: 3
24. State Pool: 46New recoveries: 535
Cumulative tested: 21006042
Positive: 1034634
Recovered: 1021180
Active cases: 5119— I & PR Department, Odisha (@IPR_Odisha) October 16, 2021
ସେହିଭଳି ମୟୂରଭଞ୍ଜରୁ ୧୧, ନୟାଗଡ଼ରୁ ୩, ରାୟଗଡ଼ାରୁ ୫, ସମ୍ବଲପୁରରୁ ୪, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୩ ଓ ଷ୍ଟେଟପୁଲରୁ ୪୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୪ ହଜାର ୬୩୪କୁ ବୃଦ୍ଧି ପାଇଛି । ଏବେ ୫ ହଜାର ୧୧୯ଟି ସକ୍ରିୟ ମାମଲା ଥିବାବେଳେ ୧୦ ଲକ୍ଷ ୨୧ ହଜାର ୧୮୦ ଜଣ କରୋନାକୁ ମାତ୍ ଦେଇଛନ୍ତି ।