ଦୈନିକ ସଂକ୍ରମଣରେ ନୂଆ ରେକର୍ଡ, ୨୪ ଘଣ୍ଟାରେ ୧୨ ହଜାର ୫୨୩ ଆକ୍ରାନ୍ତ ଚିହ୍ନଟ
1 min readଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ଥରେ ବଢ଼ିଛି । ଆଜି ପୁଣ ୧୨ ହଜାର ପାର୍ କରିଛି ସଂକ୍ରମଣ ମାମଲା । ୨୪ ଘଣ୍ଟାରେ ରାଜ୍ୟରୁ ୧୨ ହଜାର ୫୨୩ଟି କରୋନା ପଜିଟିଭ୍ କେସ୍ ଆସିଛି । କ୍ୱାରେଣ୍ଟାଇନରୁ ୭ ହଜାର ୧୨ଟି ମାମଲା ଆସିଥିବା ବେଳେ ୫ ହଜାର ୫୧୧ଟି ସ୍ଥାନୀୟ ମାମଲା ଚିହ୍ନଟ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୪୨ ଓ କଟକରୁ ୧୦୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid-19 Report For 20th May
New Positive Cases: 12523
In quarantine: 7012
Local contacts: 5511(Details of local contacts will be shared by concerned Dist Administration)
District Wise Cases:
1. Angul: 930
2. Balasore: 510
3. Bargarh: 315
4. Bhadrak: 177
5. Balangir: 296— I & PR Department, Odisha (@IPR_Odisha) May 21, 2021
ଅନୁଗୁଳରୁ ୯୩୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୫୧୦, ବରଗଡ଼ରୁ ୩୧୫, ଭଦ୍ରକରୁ ୧୭୭, ବଲାଙ୍ଗିରରୁ ୨୯୬, ବୌଦ୍ଧରୁ ୩୬୫, କଟକରୁ ୧୦୮୪ଦେବଗଡ଼ରୁ ୧୦୬, ଢେଙ୍କାନାଳରୁ ୧୩୨, ଗଜପତିରୁ ୫୩, ଗଞ୍ଜାମରୁ ୩୬୯, ଜଗତସିଂହପୁରରୁ ୩୨୫, ଯାଜପୁରରୁ ୪୧୯, ଝାରସୁଗୁଡ଼ାରୁ ୩୭୩, କଳାହାଣ୍ଡିରୁ ୪୯୧, କନ୍ଧମାଳରୁ ୧୦୦, କେନ୍ଦ୍ରାପଡ଼ାରୁ ୧୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
21. Malkangiri: 73
22. Mayurbhanj: 546
23. Nawarangpur: 383
24. Nayagarh: 315
25. Nuapada: 129
26. Puri: 568
27. Rayagada: 321
28. Sambalpur: 400
29. Sonepur: 202
30. Sundargarh: 715
31. State Pool: 324— I & PR Department, Odisha (@IPR_Odisha) May 21, 2021
କେନ୍ଦୁଝରରୁ ୨୩୨, ଖୋର୍ଦ୍ଧାରୁ ୧୮୪୨, କୋରାପୁଟରୁ ୨୩୩, ମାଲକାନଗିରିରୁ ୭୩, ମୟୂରଭଞ୍ଜରୁ ୫୪୬, ନବରଙ୍ଗପୁରରୁ ୩୮୩, ନୟାଗଡ଼ରୁ ୩୧୫, ନୂଆପଡ଼ାରୁ ୧୨୯, ପୁରୀରୁ ୫୬୮, ରାୟଗଡ଼ାରୁ ୩୨୧, ସମ୍ବଲପୁରରୁ ୪୦୦, ସୋନପୁରରୁ ୨୦୨, ସୁନ୍ଦରଗଡ଼ରୁ ୭୧୫ ଓ ଷ୍ଟେଟପୁଲରୁ ୩୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୬୮ ହଜାର ୪୨୨କୁ ବୃଦ୍ଧି ପାଇଛି । କରୋନାରୁ ୫ ଲକ୍ଷ ୫୬ ହଜାର ୫୦୧ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ରାଜ୍ୟରେ ୧ ଲକ୍ଷ ୯ ହଜାର ୪୩୮ଟି ସକ୍ରିୟ ମାମଲା ରହିଛି ।