spot_img

Latest Posts

ଗତ ୨୪ ଘଣ୍ଟାରେ ୩ ହଜାର ୫୩ ଜଣ କରୋନା ସଂକ୍ରମିତ ଚିହ୍ନଟ, ୧୭ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଦୈନିକ ପ୍ରାୟ ୫୦ ହଜାର ପାଖାପାଖି କରୋନା ପରୀକ୍ଷା ହେଉଥିବା ବେଳେ ସଂକ୍ରମଣ ମାତ୍ରା କମିଛି । ପୂର୍ବରୁ ଦୈନିକ ୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏବେ ଏହା ୩ ହଜାରକୁ ଖସି ଆସିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୩ ହଜାର ୫୩ ଜଣ କରୋନା ପଜିଟିଭ୍ ମାମଲା ଆସିଛି । ସେଥିରୁ ୧୮୦୪ଟି ମାମଲା କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୧୨୪୯ଟି ହେଉଛି ସ୍ଥାନୀୟ ସଂକ୍ରମଣ । ଏଥିସହ ରାଜ୍ୟରେ ମୋଟ୍ ପଜିଟିଭ୍ କେସ୍ ସଂଖ୍ୟା ୨ ଲକ୍ଷ ୨୯ ହଜାର ୩୮୭କୁ ବୃଦ୍ଧି ପାଇଛି ।

ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ସର୍ବାଧିକ ୫୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୬୪, ବାଲେଶ୍ୱରରୁ ୬୫, ବରଗଡ଼ ୯୮, ଭଦ୍ରକ ୭୦, ବଲାଙ୍ଗିର ୯୫, ବୌଦ୍ଧ ୨୮, କଟକ ୨୫୬, ଦେବଗଡ଼ ୧୬, ଢେଙ୍କାନାଳ ୫୧, ଗଜପତି ୧୮, ଗଞ୍ଜାମ ୫୨, ଜଗତସିଂହପୁର ୭୨, ଯାଜପୁର ୧୧୦, ଝାରସୁଗୁଡ଼ା ୧୪୬, କଳାହାଣ୍ଡି ୪୧, କନ୍ଧମାଳ ୩୨, କେନ୍ଦ୍ରାପଡ଼ା ୧୧୫, କେନ୍ଦୁଝର ୧୩୩, କୋରାପୁଟ ୪୪, ମାଲକାନଗିରି ୬୨, ମୟୂରଭଞ୍ଜ ୧୫୩, ନବରଙ୍ଗପୁର ୧୪, ନୟାଗଡ଼ ୬୭, ନୂଆପଡ଼ା ୫୬, ପୁରୀ ୧୨୭, ରାୟଗଡ଼ା ୩୬, ସମ୍ବଲପୁର ୧୨୩, ସୋନପୁର ୮୩, ସୁନ୍ଦରଗଡ଼ ୯୮ ଓ ଷ୍ଟେଟପୁଲରୁ ୧୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଗତ ୨୪ ଘଣ୍ଟାରେ ୧୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଏଯାବତ୍ ରାଜ୍ୟରେ ୨ ଲକ୍ଷ ୨୯ ହଜାର ୩୮୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୪ ହଜାର ୩୧୪ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ୧ ଲକ୍ଷ ୯୪ ହଜାର ୧୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୮୯୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

Latest Posts

Don't Miss