spot_img

Latest Posts

ରାଜ୍ୟର ୨୩ ଜିଲ୍ଲାରୁ ୪୮୮ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟର ୨୩ ଜିଲ୍ଲାରୁ ଆଉ ୪୮୮ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ବୟସ ମଧ୍ୟରେ ୭୭ ଜଣ ସଂକ୍ରମିତ ଅଛନ୍ତି । କ୍ୱାରେଣ୍ଟାଇନରୁ ୨୮୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୦୩ଟି ମାମଲା ସ୍ଥାନୀୟ ସଂକ୍ରମିତ । ଖୋର୍ଦ୍ଧାରୁ ସର୍ବାଧିକ ୨୫୦ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ଜଣେ, ବାଲେଶ୍ୱରରୁ ୫, ଭଦ୍ରକରୁ ୩, କଟକରୁ ୫୪, ଦେବଗଡ଼ରୁ ୨, ଢେଙ୍କାନାଳରୁ ୫, ଗଜପତିରୁ ୫, ଗଞ୍ଜାମରୁ ୮, ଜଗତସିଂହପୁରରୁ ୯, ଯାଜପୁରରୁ ୯, ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୨, କେନ୍ଦ୍ରାପଡ଼ାରୁ ୮, କେନ୍ଦୁପଝରରୁ ଜଣେ, କୋରାପୁଟରୁ ଜଣେ, ମୟୂରଭଞ୍ଜରୁ ୧୯, ନୟାଗଡ଼ରୁ ୨, ନୂଆପଡ଼ାରୁ ଜଣେ, ପୁରୀରୁ ୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ରାୟଗଡ଼ାରୁ ୬, ସମ୍ବଲପୁରରୁ ୧୩, ସୁନ୍ଦରଗଡ଼ରୁ ୧୩ ଓ ଷ୍ଟେଟପୁଲରୁ ୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୧ ହଜାର ୪୫୭କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୪୯୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ମୋଟ ୧୦ ଲକ୍ଷ ୨୮ ହଜାର ୬୯୭ ଜଣ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୪ ହଜାର ୩୭୪ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

Latest Posts

Don't Miss