ରାଜ୍ୟରେ ୩ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୨୯୧୨ ପଜିଟିଭ୍
2 min readଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ଥମିବାରେ ଲାଗିଛି । ଦୈନିକ ସଂକ୍ରମଣ ମାମଲା ୩ ହଜାର ତଳକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୨ ହଜାର ୯୧୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୬୭୫ଟି ମାମଲା କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୧୨୩୭ଟି ମାମଲା ସ୍ଥାନୀୟ ସଂକ୍ରମଣ । ଏଥିସହ ରାଜ୍ୟରେ ମୋଟ ସଂକ୍ରମଣ ମାମଲା ୮ ଲକ୍ଷ ୯୩ ହଜାର ୫୦୮କୁ ବୃଦ୍ଧି ପାଇଛି ।
Covid-19 Report For 24th June
New Positive Cases: 2912
In quarantine: 1675
Local contacts: 1237(Details of local contacts will be shared by concerned Dist Administration)
District Wise Cases:
1. Angul: 119
2. Balasore: 220
3. Bargarh: 31
4. Bhadrak: 136
5. Balangir: 12— I & PR Department, Odisha (@IPR_Odisha) June 25, 2021
ଖୋର୍ଦ୍ଧାରୁ ସର୍ବାଧିକ ୪୦୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୧୯ ଜଣ, ବାଲେଶ୍ୱରରୁ ୨୨୦ ଜଣ, ବରଗଡ଼ରୁ ୩୧ ଜଣ, ଭଦ୍ରକରୁ ୧୩୬ ଜଣ, ବଲାଙ୍ଗିରରୁ ୧୨ ଜଣ, ବୌଦ୍ଧରୁ ୧୮ ଜଣ, ଦେବଗଡ଼ରୁ ୪ ଜଣ, ଢେଙ୍କାନାଳରୁ ୪୨ ଜଣ, ଗଜପତିରୁ ୧୩ ଜଣ, ଗଞ୍ଜାମରୁ ୧୮ ଜଣ, ଜଗତସିଂହପୁରରୁ ୧୩୧ ଜଣ, ଯାଜପୁରରୁ ୨୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 174
23. Nawarangpur: 50
24. Nayagarh: 140
25. Nuapada: 8
26. Puri: 161
27. Rayagada: 52
28. Sambalpur: 30
29. Sonepur: 13
30. Sundargarh: 71
31. State Pool: 65New recoveries: 3486
Cumulative tested: 13417387
Positive: 893508
Recovered: 856498
Active case: 33156— I & PR Department, Odisha (@IPR_Odisha) June 25, 2021
ସେହିଭଳି ଝାରସୁଗୁଡ଼ାରୁ ୧୪, କଳାହାଣ୍ଡିରୁ ୩୫, କନ୍ଧମାଳରୁ ୩୬, କେନ୍ଦ୍ରାପଡ଼ାରୁ ୭୧, କେନ୍ଦୁଝରରୁ ୭୦, କୋରାପୁଟରୁ ୫୪, ମାଲକାନଗିରିରୁ ୪୯, ମୟୂରଭଞ୍ଜରୁ ୧୭୪, ନବରଙ୍ଗପୁରରୁ ୫୦, ନୟାଗଡ଼ରୁ ୧୪୦, ନୂଆପଡ଼ାରୁ ୮, ପୁରୀରୁ ୧୬୧, ରାୟଗଡ଼ାରୁ ୫୨, ସମ୍ବଲପୁରରୁ ୩୦, ସୋନପୁରରୁ ୧୩, ସୁନ୍ଦରଗଡ଼ରୁ ୭୧ ଏବଂ ଷ୍ଟେଟ ପୁଲରୁ ୬୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Regret to inform the demise of forty numbers of Covid positive patients while under treatment in hospitals.
1.A 45 years old Female of Angul District who was also suffering from Hypertension.
2.A 38 years old Male of Angul District.
— H & FW Dept Odisha (@HFWOdisha) June 25, 2021
ଏଥିସହ ଗତ ୨୪ ଘଣ୍ଟାରେ ୪୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ୩ ହଜାର ୮୦୧କୁ ବୃଦ୍ଧି ପାଇଛି । ସେହିଭଳି ରାଜ୍ୟରେ ସଂକ୍ରମଣ ମାମଲା ୮ ଲକ୍ଷ ୯୩ ହଜାର ୫୦୮କୁ ବୃଦ୍ଧି ପାଇଥିବା ବେଳେ ୮ ଲକ୍ଷ ୫୬ ହଜାର ୪୯୮ ଜଣ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ୩୩ ହଜାର ୧୫୬ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।