କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୨୮୦୩ ପଜିଟିଭ୍
1 min readଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ଗ୍ରାଫ୍ । ଗୋଟିଏ ଦିନରେ ଆଉ ୨୮୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୫୯୭ଟି ମାମଲା ଆସିଥିବା ବେଳେ ୧୨୦୬ଟି ହେଉଛି ସ୍ଥାନୀୟ ସଂକ୍ରମଣ ମାମଲା । ଖୋର୍ଦ୍ଧାରୁ ସର୍ବାଧିକ ୪୭୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୪୧ଟି ପଜିଟିଭ୍ କେସ୍ ଆସିଛି ।
Covid-19 Report For 4th July
New Positive Cases: 2803
In quarantine: 1597
Local contacts: 1206(Details of local contacts will be shared by concerned Dist Administration)
District Wise Cases:
1. Angul: 97
2. Balasore: 155
3. Bargarh: 17
4. Bhadrak: 131
5. Balangir: 3— I & PR Department, Odisha (@IPR_Odisha) July 5, 2021
ଅନୁଗୁଳରୁ ୯୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୫୫, ବରଗଡ଼ରୁ ୧୭, ଭଦ୍ରକରୁ ୧୩୧, ବଲାଙ୍ଗିରରୁ ୩, ବୌଦ୍ଧରୁ ୨୧, ଦେବଗଡ଼ରୁ ୯, ଢେଙ୍କାନାଳରୁ ୬୭, ଗଜପତିରୁ ୧୦, ଗଞ୍ଜାମରୁ ୨୦, ଜଗତସିଂହପୁରରୁ ୧୧୭, ଯାଜପୁରରୁ ୧୫୩, ଝାରସୁଗୁଡ଼ାରୁ ୭, କଳାହାଣ୍ଡିରୁ ୧୫, କନ୍ଧମାଳରୁ ୨୦, କେନ୍ଦ୍ରାପଡ଼ାରୁ ୧୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 193
23. Nawarangpur: 15
24. Nayagarh: 115
25. Nuapada: 8
26. Puri: 154
27. Rayagada: 54
28. Sambalpur: 32
29. Sonepur: 18
30. Sundargarh: 62
31. State Pool: 91New recoveries: 3358
Cumulative tested: 14125511
Positive: 924699
Recovered: 890778
Active case: 29620— I & PR Department, Odisha (@IPR_Odisha) July 5, 2021
ସେହିଭଳି କେନ୍ଦୁଝରରୁ ୬୪, କୋରାପୁଟରୁ ୬୫, ମାଲକାନଗିରିରୁ ୫୫, ମୟୂରଭଞ୍ଜରୁ ୧୯୩, ନବରଙ୍ଗପୁରରୁ ୧୫, ନୟାଗଡ଼ରୁ ୧୧୫, ନୂଆପଡ଼ାରୁ ୮, ପୁରୀରୁ ୧୫୪, ରାୟଗଡ଼ାରୁ ୫୪, ସମ୍ବଲପୁରରୁ ୩୨, ସୋନପୁରରୁ ୧୮, ସୁନ୍ଦରଗଡ଼ରୁ ୬୨ ଓ ଷ୍ଟେଟପୁଲରୁ ୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୨୪ ହଜାର ୬୯୯କୁ ବୃଦ୍ଧି ପାଇଛି । ୨୯ ହଜାର ୬୨୦ଟି ସକ୍ରିୟ ସଂକ୍ରମଣ ମାମଲା ରହିଥିବା ବେଳେ ୮ ଲକ୍ଷ ୯୦ ହଜାର ୭୭୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।