ରାଜ୍ୟରେ ଆଉ ୨୬୪ କରୋନା ପଜିଟିଭ୍ ଚିହ୍ନଟ… ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି

1 min read
odisha reports 264 fresh covid-19 positive cases in odisha

ଭୁବନେଶ୍ୱର: ଜୁନରେ ପିକଅପ୍ ଲେବଲରେ ପହଞ୍ଚିଛି କରୋନା ଆକ୍ରାନ୍ତ । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ୬୧୪ରେ ପହଞ୍ଚିଛି । ଆଜି ରାଜ୍ୟରେ ୨୬୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ଗୋଟିଏ ଦିନରେ ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ରାଜ୍ୟରେ ମୋଟ ୪ ହଜାର ୬୦୬ ଜଣ ସୁସ୍ଥ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଏକ ହଜାର ୯୮୦ ଜଣଙ୍କର ବିଭିନ୍ନ ହସପିଟାଲରେ ଚାଲିଛି ଚିକିତ୍ସା ।

ଅପରପକ୍ଷରେ ଆଜି ଆଉ ୩ ଜଣ ସଂକ୍ରମିତଙ୍କ ମୃତ୍ୟୁ ହେବାପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । ମୃତକମାନେ ଗଞ୍ଜାମ, ଭୁବନେଶ୍ୱର ଓ କଟକରୁ ବୋଲି ଜଣାପଡିଛି । କରୋନା ସହ ସେମାନେ ଅନ୍ୟାନ୍ୟ ରୋଗରେ ମଧ୍ୟ ପୀଡିତ ଥିଲେ । ତେବେ ଆଜି ୨୬୪ କରୋନା ପଜିଟିଭଙ୍କ ମଧ୍ୟରୁ ୨୩୪ ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଥିବାବେଳେ ୩୦ ଜଣ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି ।

ଆଜି ସର୍ବାଧିକ ମାମଲା ଗଞ୍ଜାମରୁ ଆସିଛି । ଗଞ୍ଜାମରେ ୭୬ ଜଣ ସଂକ୍ରମିତ ହୋଇଥିବାବେଳେ ଖୋର୍ଦ୍ଧାରୁ ୧୫ ଜଣ, ଝାରସୁଗୁଡାରୁ ୧୮ ଜଣ, କୋରାପୁଟ, କନ୍ଧମାଳ, ନୂଆପଡା ଓ ଭଦ୍ରକରୁ ଜଣେ ଲେଖାଏଁ, ଯାଜପୁରରୁ ୪୧ ଜଣ, କେନ୍ଦୁଝରରୁ ୨୫ ଜଣ, ମାଲକାନଗିରିରୁ ୨ ଜଣ, ବରଗଡରୁ ୧୮ ଜଣ, ବାଲେଶ୍ୱରରୁ ୧୨ଜଣ, ଅନଗୁଳରୁ ୪ଜଣ, କଟକ ୧୨ ଜଣ, ଜଗତସିଂହପୁରରୁ ୪ ଜଣ, ନୟାଗଡରୁ ୨ ଜଣ, ଗଜପତିରୁ ଜଣେ, ପୁରୀରୁ ୭ ଜଣ, ସୁନ୍ଦରଗଡରୁ ୪ ଜଣ, କଳାହାଣ୍ଡି ଓ ସମ୍ବଲପୁରରୁ ଜଣେ ଲେଖାଏଁ, ବଲାଙ୍ଗିରରୁ ୨ ଜଣ ଓ ମୟୁରଭଞ୍ଜରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି ।

Leave a Reply