ରାଜ୍ୟରେ ୫୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୩୦ ଜିଲ୍ଲାରୁ ଆଉ ୧୮୭୬ କରୋନା ଆକ୍ରାନ୍ତ ଚିହ୍ନଟ

1 min read

ଭୁବନେଶ୍ୱର: ପ୍ରତିଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତ୍ୟେକ ଦିନ ୧୦୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେହିଭଳି ବୁଧବାର ମଧ୍ୟ ରାଜ୍ୟରେ ୩୦ ଜିଲ୍ଲାରୁ ୧୮୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୫୦ ହଜାର ଟପିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା । ମୋଟ ପଜିଟିଭଙ୍କ ସଂଖ୍ୟା ୫୦ହଜାର ୬୭୨କୁ ବୃଦ୍ଧି ପାଇଛି । ୧୮୭୬ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ କେନ୍ଦ୍ରରୁ ୧୧୮୨ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୬୯୪ଟି ଲୋକାଲ କେସ୍ ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୯୭ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଗଂଜାମରୁ ୨୬୦, କଟକରୁ ୧୦୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତୀତ ଅନୁଗୁଳରୁ ୧୫, ବାଲେଶ୍ୱରରୁ ୮୧, ବରଗଡ଼ରୁ ୧୫, ଭଦ୍ରକରୁ ୫୦, ବଲାଙ୍ଗିରରୁ ୩୧, ବୌଦ୍ଧରୁ ୧୦, ଦେବଗଡ଼ରୁ ୨, ଢେଙ୍କାନାଳରୁ ୩୬, ଗଜପତିରୁ ୭୧, ଜଗତସିଂହପୁରରୁ ୨୬, ଯାଜପୁରରୁ ୫୩, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୪୧, କେନ୍ଦ୍ରାପଡ଼ାରୁ ୫୮, କନ୍ଧମାଳରୁ ୩୦, କେନ୍ଦୁଝରରୁ ୨୧, କୋରାପୁଟରୁ ୭୭, ମାଲକାନଗିରିରୁ ୨୪, ମୟୁରଭଞ୍ଜରୁ ୭୦, ନବରଙ୍ଗପୁରରୁ ୩୦, ନୟାଗଡ଼ରୁ ୧୦୫, ନୂଆପଡ଼ାରୁ ୩, ପୁରୀରୁ ୮୦, ରାୟଗଡ଼ାରୁ ୯୮, ସମ୍ବଲପୁରରୁ ୩୬, ସୋନପୁରରୁ ୨୨, ସୁନ୍ଦରଗଡ଼ରୁ ୧୧୯ ଚିହ୍ନଟ ହୋଇଛନ୍ତି ।

ଏଥିସହ ରାଜ୍ୟରେ ଏବେ ୧୫୫୦୯ ଆକ୍ଟିଭ୍ କେସ ରହିଛି । ଏଥିସହ ରାଜ୍ୟରେ ଆଜି ଆଉ ୯ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୦୫କୁ ବୃଦ୍ଧି ପାଇଛି ।

 

Leave a Reply