ରାଜ୍ୟରେ କମୁଛି କରୋନା… ଦିନକରେ ୧୫୪୦ ପଜିଟିଭ, ୧୨ମୃତ
ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କମୁଛି କରୋନା ସଂକ୍ରମଣ । କରୋନା ଗ୍ରାଫ ଏବେ ତଳକୁ ତଳକୁ ଖସୁଛି । ରାଜ୍ୟରେ ୨୪ ଘଣ୍ଟାରେ ୩୦ଜିଲ୍ଲା ଓ ଷ୍ଟେଟପୁଲରୁ ୧୫୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୮୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୫୪ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ । ନୂଆ ସଂକ୍ରମିତ ଚିହ୍ନଟ ହେବା ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୮୫ହଜାର ୪୮୨ରେ ପହଞ୍ଚିଛି । ସେଥିମଧ୍ୟରୁ ୨ ଲକ୍ଷ ୬୮ ହଜାର ୧୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଖୋର୍ଦ୍ଧାରୁ ସର୍ବାଧିକ ୨୦୮, ସୁନ୍ଦରଗଡ଼ରୁ ୧୧୧, ଅନୁଗୁଳରୁ ୧୦୦, କଟକରୁ ୯୯, ବାଲେଶ୍ୱରରୁ ୯୨, ମୟୂରଭଞ୍ଜରୁ ୯୧, ଜଗତସିଂହପୁରରୁ ୭୮, ବଲାଙ୍ଗୀରରୁ ୬୭, ନୂଆପଡାରୁ ୫୧, ପୁରୀରୁ ୪୯, କଳାହାଣ୍ଡିରୁ ୪୭, ନବରଙ୍ଗପୁରରୁ ୪୩, ଝାରସୁଗୁଡ଼ା ଓ ମାଲକାନଗିରିରୁ ୪୨ଜଣ ଲେଖାଏଁ, ବରଗଡ଼ରୁ ୪୧, କେନ୍ଦୁଝରରୁ ୩୮, ନୟାଗଡ଼ରୁ ୩୩, ସମ୍ବଲପୁରରୁ ୩୨, ସୋନପୁର ଓ ଗଞ୍ଜାମରୁ ୨୯ଜଣ ଲେଖାଏଁ , କୋରାପୁଟରୁ ୨୬, ଢେଙ୍କାନାଳରୁ ୨୪, ଯାଜପୁରରୁ ୨୨, କନ୍ଧମାଳରୁ ୧୪, ରାୟଗଡ଼ାରୁ ୧୦, ଭଦ୍ରକରୁ ୯, ଗଜପତିରୁ ୫, ବୌଦ୍ଧରୁ ୩ କେରାନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି କରୋନାରେ ଆଉ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୨୮୪ରେ ପହଞ୍ଚିଛି ।