ରାଜ୍ୟରେ ଆଉ ୧୩୮୪ କରୋନା ପଜିଟିଭ୍ ଚିହ୍ନଟ, ମୋଟ୍ ସଂକ୍ରମିତ ସଂଖ୍ୟା ୩୭ହଜାର ୬୮୧

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଉ ୯ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପୁଣି ୧୩୮୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ୬, ପୁରୀ, ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତାଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୨୧୬କୁ ବୃଦ୍ଧି ହୋଇଛି । ସେପଟେ ରାଜ୍ୟରେ କ୍ୱାରେଣ୍ଟାଇନରୁ ୮୮୯ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଲୋକାଲ୍ କେସ୍ ୫୯୫ ରହିଛି ।

ଗଞ୍ଜାମରୁ ୨୮୮, ଖୋର୍ଦ୍ଧାରୁ ୨୦୧, କଟକରୁ ୧୨୧ ଓ ସମ୍ବଲପୁରରୁ ୮୪ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୩୭ହଜାର ୬୮୧ରେ ପହଞ୍ଚଛି । ଏଥିସହ ୨୩ହଜାର ୭୩ଜଣ ସୁସ୍ଥ ହେଲେଣି ।

ମଙ୍ଗଳବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୧୪, ବାଲେଶ୍ୱରରୁ ୩୭, ବରଗଡ଼ରୁ ୧୦, ଭଦ୍ରକରୁ ୪୦, ବଲାଙ୍ଗିରରୁ ୫, ବୌଦ୍ଧରୁ ୨, ଗଜପତିରୁ ୩୮, ଜଗତସିଂହପୁରରୁ ୨୦, ଯାଜପୁରରୁ ୩୯, ଝାରସୁଗୁଡାରୁ ୩, କଳାହାଣ୍ଡିରୁ ୪୭, କନ୍ଧମାଳରୁ ୬୨, କେନ୍ଦ୍ରାପଡ଼ାରୁ ୧୨, କେନ୍ଦୁଝରରୁ ୬୬, କୋରାପୁଟରୁ ୪୯, ମାଲକାନଗିରିରୁ ୩୪, ମୟୁରଭଞ୍ଜରୁ ୨୮, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୩୧, ନୂଆପଡ଼ାରୁ ୩, ପୁରୀରୁ ୩୪, ସୋନପୁର ରୁ ଜଣେ ଓ ସୁନ୍ଦରଗଡ଼ରୁ ୬୪ । ଏବେ ରାଜ୍ୟରେ ୧୪୩୫୦ ଆକ୍ଟିଭ କେସ ରହିଛି ।

Leave a Reply

ନଜର ପକାନ୍ତୁ