୨୪ ଘଣ୍ଚାରେ ୧୦୮ ନୂଆ ସଂକ୍ରମିତ ଚିହ୍ନଟ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୪୧୬୩କୁ ବୃଦ୍ଧି
1 min readଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ରାଜ୍ୟରେ ୧୦୮ଟି ନୂତନ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଗତକାଲି ୧୪୬ ସଂକ୍ରମିତ ଚିହ୍ନଟ ହୋଇଛି । ତେବେ ଆଜି ଚିହ୍ନଟ ହୋଇଥିବା ସମୁଦାୟ ୧୦୮ ସଂକ୍ରମିତଙ୍କ ମଧ୍ୟରୁ ୯୫ ମାମଲା କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୩ଟି ସ୍ଥାନୀୟ ସଂକ୍ରମିତ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୧୬୩ରେ ପହଞ୍ଚିଛି ।
COVID-19 REPORT FOR 15th JUNE
New positive cases: 108
In quarantine: 95
Local contacts: 13(Details of local contacts will be shared by concerned District Administration)
District wise cases
1. Malkangiri: 21
2. Keonjhar: 5
3. Khordha: 7
4. Kendrapada: 9
5. Angul: 1— I & PR Department, Odisha (@IPR_Odisha) June 16, 2020
ଅମ୍ଫାନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିବା ୧୬ଜଣ ଆଗ୍ନିକଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ମାଲକାନଗିରି ଜିଲ୍ଲାରୁ ସର୍ବାଧିକ ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀରୁ ୧୫, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରୁ ୯ଜଣ ଲେଖାଏଁ, ଗଞ୍ଜାମରୁ ୮, ଖେର୍ଦ୍ଧା ଓ ଗଜପତିରୁ ୭ ଲେଖାଏଁ , କେଉଁଝରରୁ ୫, ବାଲେଶ୍ୱରରୁ ୪, ସୁନ୍ଦରଗଡ଼ରୁ ୨ ଅନୁଗୁଳ, କଟକ, ବରଗଡ଼, ବଲାଙ୍ଗୀର ଓ କଳାହାଣ୍ଡି ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
New recoveries: 146
Cumulative tested: 205501
Positive: 4163
Recovered: 2854
Active cases: 1295— I & PR Department, Odisha (@IPR_Odisha) June 16, 2020
ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୪୧୬୩ରେ ପହଞ୍ଚିଛି । ଏବଂ ଏବେ ସୁଦ୍ଧାରେ ରାଜ୍ୟରେ ୨୮୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ୧୨୯୫ ଜଣ ସଂକ୍ରମିତ ସକ୍ରିୟ ଅଛନ୍ତି ଏବଂ ସେମାନଙ୍କ ଚିକିତ୍ସା ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ କରାଯାଉଛି ।