ରାଜ୍ୟରେ ଆଉ ୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୦୫କୁ ବୃଦ୍ଧି

1 min read

ଭୁବନେଶ୍ୱର: ରାଜ୍ୟରେ ବୁଧବାର ଆଉ ୯ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ କରୋନା ମୃତ୍ୟୁ ସଂଖ୍ୟା ୩୦୫କୁ ବୃଦ୍ଧି ହୋଇଛି । ଗଂଜାମରୁ ସର୍ବାଧିକ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଅନୁଗୁଳରୁ ୧ ମୃତ । ଅପରପକ୍ଷରେ ରାୟଗଡାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱରରୁ ଓ ଖୋର୍ଦ୍ଧାରୁ ଜେଣେ ଲେଖାଏଁ ମୃତ୍ୟୁ ହୋଇଛି  । ଆଜି ସର୍ବାଧିକ ୧୮୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୧୮୨ ଓ ଲୋକାଲ କେସ ୬୯୪ । ଏଥିସହ ରାଜ୍ୟରେ ୫୦ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା ।

ବୁଧବାର ଦିନ ଗଞ୍ଜାମରେ ୪ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨ଜଣ ୫୭ ବର୍ଷିୟ ପୁରୁଷ, ୭୪ ବର୍ଷିୟ ମହିଳା, ୪୮ ବର୍ଷିୟ ମହିଳା ମୃତ୍ୟୁବରଣ କରିଛନ୍ତି । ଏହାସହ ଖୋର୍ଦ୍ଧାରୁ ମୃତ୍ୟୁ ବରଣ କରିଥିବା ଜଣେ ସଂକ୍ରମିତ ହେଉଛନ୍ତି ୫୮ ବର୍ଷିୟ ପୁରୁଷ ।

ସେହିପରି ବାଲେଶ୍ୱରରୁ ୩୮ ବର୍ଷିୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ରାୟଡ଼ରୁ ୨ ଜଣ ୬୫ ବର୍ଷିୟ ପୁରୁଷ ମୃତ୍ୟୁ ବରଣ କରିଛନ୍ତି । ତେବେ ଅନୁଗୁଳରୁ ମଧ୍ୟ ଜଣେ ୪୪ ବର୍ଷିୟ ମହିଳାଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାଇ ଏସମସ୍ତେ ଆକ୍ରାନ୍ତ ଉଚ୍ଚରକ୍ତଚାପ, ମଧୁମେହ ଏବଂ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ ।

Leave a Reply