ରାଜ୍ୟରେ ଆଉ ୬୧୮ କରୋନା ପଜିଟିଭ୍ ଚିହ୍ନଟ: ମୋଟ୍ ସଂକ୍ରମିତ ସଂଖ୍ୟା ୧୪,୮୯୮ କୁ ବୃଦ୍ଧି

1 min read
Odisha Report 618 News Covid Cases today

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୨୨ ଜିଲ୍ଲାରୁ ୬୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୧୧ ଜଣ ଓ ଲୋକାଲ୍ କେସ୍ ୨୦୭ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୧୪,୮୯୮ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସବୁଥର ପରି ଏଥର ମଧ୍ୟ ଗଞ୍ଜାମରୁ ସର୍ବାଧିକ ୨୮୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଏଥିସହ ଅନୁଗୁଳରୁ ୧୪, ବାଲେଶ୍ୱରରୁ ୬୧, ବଲାଙ୍ଗିର ୨, ବୌଦ୍ଧ ୨, କଟକ ୧୬, ଢେଙ୍କାନାଳ ୨, ଜଗତସିଂହପୁର- ୨୬, ଯାଯପୁର- ୫, ଝାରସୁଗୁଡ଼ା ୧, କେନ୍ଦ୍ରାପଡ଼ା ୯, କେନ୍ଦୁଝର ୫, ଖୋର୍ଦ୍ଧା ୧୦୭, କୋରାପୁଟ ୧, ମାଲକାନଗିରି ୧୩, ମୟୂରଭଞ୍ଜ ୨୧, ନୟାଗଡ଼ ୧୫, ପୁରୀ ୫, ରାୟଗଡ଼ା ୧, ସମ୍ବଲପୁର ୧୦ , ସୁନ୍ଦରଗଡ଼ ୧୫, ଭଦ୍ରକରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏଥିସହିତ ରାଜ୍ୟରେ ୪୯୩୩ଟି ମୋଟ କରୋନା ଆକ୍ଟିଭ୍ ମାମଲା ରହିଛି । ଏବେ ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୯୮୬୪ କୁ ବୃଦ୍ଧି ପାଇଛି । ଆଜି ରାଜ୍ୟରେ ଆଉ ୩ ଜଣଙ୍କ ମୁଣ୍ଡ ନେଇଛି କରୋନା । ଏଥିସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୭୭କୁ ବୃଦ୍ଧି ପାଇଛି ।

Leave a Reply