spot_img

Latest Posts

କୋଭିଡ ଭ୍ୟାକ୍ସିନ୍ ଡ୍ରାଏ ରନ୍‌ ଲାଗି ଓଡ଼ିଶା ପ୍ରସ୍ତୁତ

ଭୁବନେଶ୍ୱର: କରୋନା ଟିକାକରଣ ଡ୍ରାଏ ରନ୍‌ ପାଇଁ ଓଡ଼ିଶା ପ୍ରସ୍ତୁତ ଅଛି । ଏଯାଏଁ କେବଳ ୪ଟି ରାଜ୍ୟକୁ ଅନୁମତି ମିଳିଛି ।

ଏସମ୍ପର୍କରେ ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି ଯେ ଡ୍ରାଏ ରନ୍‌ର ଅନୁମତି କେନ୍ଦ୍ର ସରକାର ଦିଅନ୍ତି। ଯଦି ଅନୁମତି ମିଳେ ତା’ହେଲେ ଏଥିପାଇଁ ରାଜ୍ୟ ପ୍ରସ୍ତୁତ ରହିଛି। ଡ୍ରାଏ ରନ୍‌ ବେଳେ ଟିକା ପ୍ରସ୍ତୁତରୁ ଟିକା ଦେବା ଯାଏଁ ସମସ୍ତ ପ୍ରକ୍ରିୟା କରାଯିବ।

ତେବେ ଭାରତକୁ ଏଯାଏଁ ଦ୍ୱିତୀୟ କରୋନା ଲହରୀ ଆସିନି। ଏପରିକି ଭାରତ ଆଖପାଖ ଦେଶରେ ବି ହୋଇନି। କେବଳ ୟୁରୋପୀୟ ଦେଶ ଓ ଆମେରିକରେ କରୋନାର ଦ୍ୱିତୀୟ ଲହରୀ ଦେଖାଦେଇଛି।

ସୂଚନାଯୋଗ୍ୟ, ଆସାମ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ପଞ୍ଜାବରେ ଭ୍ୟାକ୍ସିନର ଡ୍ରାଏ ରନ୍ କରାଯିବ ବୋଲି ନିକଟ ଅତୀତରେ ସୂଚନା ଦେଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଯାହା ପରବର୍ତ୍ତୀ ସମୟରେ ଆୟୋଜିତ ହୋଇଥିଲା । ତେବେ ଏହି ଡ୍ରାଏ ରନ୍ ସମୟରେ କାହାକୁ ମଧ୍ୟ ଟିକା ଦିଆଯିବ ନାହିଁ ବୋଲି ପ୍ରକାଶ କରାଯାଇଥିଲା । ଏଥିରେ କେବଳ ଲୋକଙ୍କ ଡାଟା ନିଆଯାଇ କୋ-ଓ୍ୱିନ୍ ମୋବାଇଲ ଆପରେ ଅପଲୋଡ୍ କରାଯିବ । ଏହାଦ୍ୱାରା ଭ୍ୟାକ୍ସିନ୍ ପ୍ରସ୍ତୁତିରେ ଯଦି କୌଣସି ବିଷୟକୁ ଗୁରୁତ୍ୱ ଦିଆଯାଇ ନଥାଏ ତେବେ ତାର ସୁଧାର କରାଯିବ ବୋଲି ସୂଚନା ମିଳିଥିଲା।

Latest Posts

Don't Miss