ପୁଣି ଆସୁଛି ବଡ଼ ବର୍ଷା

ନନ୍ଦିଘୋଷ ବ୍ୟୁରୋ: ପୁଣି ଆସୁଛି ବଡ଼ ବର୍ଷା । ଆସନ୍ତାକାଲିଠୁ ରାଜ୍ଯରେ ବର୍ଷାର ପରିମାଣ ଓ ବିସ୍ତୃତି ବୃଦ୍ଧି ପାଇବ । ବଙ୍ଗୋପ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ କାଲି ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଶେଷକରି ମାଲକାନଗିରି, କୋରାପୁଟ, ରାୟଗଡା, ଗଂଜାମ, ଗଜପତି, କନ୍ଧମାଳ, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏପଟେ ରାଜ୍ଯରେ ତାପମାତ୍ରା ଯଦିଓ ୪୦ ଡିଗ୍ରୀ ଭିତରେ ରହୁଛି କିନ୍ତୁ  ଆଦ୍ରତା  ୮୦ ରୁ ୯୦ ପ୍ରତିଶତ ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି । ଆସନ୍ତା ଦୁଇ ଦିନ ଯାଏ ଏଭଳି ସ୍ଥିତି ଲାଗିରହିବ । ମୌସୁମୀ ଓ ଲଘୁଚାପ ସତ୍ତ୍ବେ ବର୍ତ୍ତମାନ ଏବେସୁଦ୍ଧା ୨୮ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ୧୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବାବେଳେ ୧୩ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ଜଣାପଡ଼ିଛି ।