ଡିଏସ୍‌ପି ରାଙ୍କର ଅଧିକାରୀଙ୍କୁ କୋଭିଡ୍ ଅବଜର୍ଭର ଦାୟିତ୍ୱ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ କୋଭିଡ୍‌ ନିୟମକୁ କଡ଼ାକଡ଼ି ପାଳନ ଉପରେ ଜୋର୍ ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ନିର୍ବାଚନ ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟରେ କଟକଣା ଅନୁପାଳନକୁ ଜୋରଦାର କରାଯିବ । କମିଶନଙ୍କ ନିର୍ଦ୍ଦେଶରେ ବିଭିନ୍ନ ଜିଲ୍ଲାରେ ଡିଏସ୍‌ପି ରାଙ୍କର ଅଧିକାରୀଙ୍କୁ କୋଭିଡ୍ ଅବଜର୍ଭର ଭାବେ ନିଯୁକ୍ତି ଦିଆଯାଇଛି । ଗତ ୧୫ତାରିଖରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମ୍ମିଳନୀରେ ଏନେଇ ଆଲୋଚନା ହୋଇଥିଲା।

ଗତ ୧୭ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏହା ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ । ନାମାଙ୍କନ ପତ୍ର ଦାଖଲ ବେଳେ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି । କେତେକ ସ୍ଥାନରେ ପ୍ରାର୍ଥୀ ଓ ରାଜନୈତିକ ଦଳ ଗାଇଡ୍‌ଲାଇନ୍ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି । ତେଣୁ ନିୟମକୁ କଡ଼ାକଡ଼ି ସହ ପାଳନ କରିବାକୁ ଆୟୋଗଙ୍କ ସଚିବ ପୋଲିସ ଡ଼ିଜି ଓ ଆଇଜିଙ୍କୁ ଚିଠି ଲେଖିଛନ୍ତି ।

ସେପଟେ ଶେଷ ଦିନରେ ଅଧିକ ସଂଖ୍ୟକ ପ୍ରାର୍ଥୀପତ୍ର ଦାଖଲ କରାଯିବ । ଏହି ସମୟରେ ଯେପରି ଗହଳି ନହୁଏ ଓ ସର୍ବସାଧାରଣ ସ୍ଥାନରେ ସଭା ନ କରାଯାଏ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ପଞ୍ଚାୟତ ନିର୍ବାଚନକୁ ସଠିକ ଭାବେ ପରିଚାଳନା ନେଇ ମଧ୍ୟ ରାଜ୍ୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି  ।

Leave a Reply