ସ୍ୱାଭିମାନ ଅଞ୍ଚଳରେ ଆହୁରି ଜୋରଦାର ହେବ ମାଓ ମୁକାବିଲା
ମାଲକାନଗିରି/କୋରାପୁଟ: ଲାଲଗଡ଼ରେ ପୋଲିସ ଡିଜି ଅଭୟ । ଦିନିକିଆ କୋରାପୁଟ ଓ ମାଲକାନଗିରି ଗସ୍ତରେ ଯାଇ ମାଓ ମୁକାବିଲା ରଣନୀତିର ସମୀକ୍ଷା କରିଛନ୍ତି ଡିଜିପି ଅଭୟ । ପ୍ରଥମେ ସେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଘନବେଡ଼ାରେ ହୋଇଥିବା ନୂତନ ବିଏଏଫ୍ କ୍ୟାମ୍ପରେ ପହଞ୍ଚିଥିଲେ । ସେଠାରେ ମାଓ ଗତିବିଧି ସମ୍ପର୍କରେ ସମୀକ୍ଷା କରିଥିଲେ ଡିଜିପି । ସ୍ୱାଭିମାନ ଅଞ୍ଚଳରେ ମାଓ ମୁକାବିଲାକୁ ଆହୁରି ଜୋରଦାର କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି ।
ଡିଜିପିଙ୍କ ଗସ୍ତ ବେଳେ ଏଡିଜି ଲଳିତ ଦାସ, ଏସଆଇଡବ୍ଲୁ ଆଇଜି ଅମିତାଭ ଠାକୁର, ଏସଆଇଡବ୍ଲୁ ଡିଆଇଜି ଅନିରୁଦ୍ଧ ସିଂ, ମାଲକାନଗିରି ଏସପି ପ୍ରହଲ୍ଲାଦ ମୀନା ପ୍ରମୁଖ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ । ସ୍ଥାନୀୟ ଲୋକଙ୍କ ସହ ମଧ୍ୟ କଥା ହୋଇଥିଲେ ଡିଜିପି ଅଭୟ ।
ସ୍ୱାଭିମାନ ଅଞ୍ଚଳରେ ସମୀକ୍ଷା ବୈଠକ ସାରି ଡିଜିପି କୋରାପୁଟ ଗସ୍ତରେ ଅଛନ୍ତି । ସୁନାବେଡା ଏଚଏଏଲ ପଡିଆରେ ପହଞ୍ଚିବା ପରେ ସେଠାରୁ ପଟ୍ଟାଙ୍ଗୀ ଯାଇ ନୂତନ ଥାନା ଉଦଘାଟନ କରିଛନ୍ତି ଡିଜିପି ଅଭୟ । ଏହାପରେ ମାଓ ଗତିବିଧି ଉପରେ ସମୀକ୍ଷା ଓ ହାଲ ଅଡିଟୋରିୟମରେ ଡିଜିପି ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି ।