spot_img

Latest Posts

ଏସଆଇ ପରୀକ୍ଷାରେ ଜାଲିଆତି ମାମଲାରେ ତନାଘନା ; ୧୧୯ ଜଣ ଗିରଫ

ବ୍ରହ୍ମପୁର : ଏସଆଇ ପରୀକ୍ଷାରେ ଜାଲିଆତି ମାମଲାରେ ତନାଘନା। ୧୧୯ ଜଣଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ । ଗିରଫଙ୍କ ମଧ୍ୟରେ ୧୧୭ ଜଣ ପରୀକ୍ଷାର୍ଥୀ ଥିବା ବେଳେ, ୨ଜଣ ଦଲାଲ ଅଛନ୍ତି । କୋଟି କୋଟି ଟଙ୍କାର ହୋଇଥିଲା ଡିଲ । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇପାରେ । ଗତକାଲି ବ୍ରହ୍ମପୁର ପୋଲିସ ଶତାଧିକ ପରୀକ୍ଷାର୍ଥୀଙ୍କୁ ଅଟକ ରଖିଥିଲା । ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରୁ ସମସ୍ତଙ୍କୁ ଧରିଥିଲା ପୋଲିସ। ଏସଆଇ ପରୀକ୍ଷା ଜାଲିଆତି ପାଇଁ ହାଇଦ୍ରାବାଦ ଯାଉଥିବା ବେଳେ ଧରାପଡ଼ିଥିଲେ । ଓଡ଼ିଶା ପୋଲିସର ସବ୍‌ ଇନ୍ସପେକ୍ଟର ପଦବୀ ପରୀକ୍ଷା ଜାଲିଆତି ପାଇଁ ଯାଉଥିଲେ। ପରୀକ୍ଷା ଦାୟିତ୍ବ ନେଇଥିବା ସଂସ୍ଥା ଜାଲିଆତି କରିବାକୁ ଏମାନଙ୍କୁ ନେଉଥିବା ସୂଚନା ପାଇଥିଲା ବ୍ରହ୍ମପୁର ପୋଲିସ।

ଶ୍ରୀକାକୁଲମରୁ ଧରାପଡ଼ିବା ପରେ ବ୍ରହ୍ମପୁର ଆଣି ପଚରାଉଚରା କରିଥିଲା ପୋଲିସ। ଏହି ଖବର ଜଣାପଡ଼ିବା ପରେ ଖୋଳତାଡ଼ ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। କ୍ରାଇମବ୍ରାଞ୍ଚ ଓ ବ୍ରହ୍ମପୁର ପୋଲିସ ପକ୍ଷରୁ ଛାନବିନ ଜାରି ରହିଛି। ଅନ୍ୟ ପରୀକ୍ଷାର୍ଥୀମାନଙ୍କ ଲାଗି ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି। ହେଲ୍ପ ଲାଇନ ନମ୍ବର ହେଲା ୯୦୪୦୪୯ ୩୨୨୩। ଯାହା ଅଭିଯୋଗ ରହିଛି ସେମାନେ ଏହି ନମ୍ବରରେ ଜଣାଇ ପାରିବେ। ଜାଲିଆତି ଖବର ଜଣାପଡ଼ିବା ପରେ ଆସନ୍ତା ୫ ଓ ୬ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖିଛି ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ।

Latest Posts

Don't Miss