spot_img

Latest Posts

ପୋଲିସ ଏସଆଇ ପରୀକ୍ଷା ଘୋଟାଲା,ରାଜଧାନୀରେ ସିବିଆଇ ପକ୍ଷରୁ ପ୍ରଥମ ରେଡ୍ ।

ନନ୍ଦିଘୋଷ ବ୍ୟୁରୋ : ପୋଲିସ ଏସଆଇ ପରୀକ୍ଷା ଘୋଟାଲା । ରାଜଧାନୀରେ ସିବିଆଇ ପକ୍ଷରୁ ପ୍ରଥମ ରେଡ୍ । ଖଣ୍ଡଗିରି ସ୍ଥିତ ଟେକ୍ନୋ ସ୍କୁଲ ଘରୋଇ କଲେଜରେ ରେଡ୍ । ପରୀକ୍ଷା ସେଣ୍ଟର ଫିକ୍ସିଂ ନେଇ ପ୍ରମାଣ ପାଇବା ପରେ ଚାଲିଛି ରେଡ୍ । ନିର୍ଦ୍ଦିଷ୍ଟ କିଛି ପିଲାଙ୍କ ପାଇଁ ହୋଇଥିଲା ସିଟିଂ ଆରେଞ୍ଜ ମେଣ୍ଟ । ପୂର୍ବରୁ ପ୍ରାଥମିକ ଚାର୍ଜସିଟ ଦାଖଲ କରିଛି ସିବିଆଇ। ଏସଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ ମୁଖ୍ୟ କାର୍ପଟଦାର ତଥା ପଞ୍ଚସଫ୍ଟ କମ୍ପାନୀ ମାଲିକ ଶଙ୍କର ପୃଷ୍ଟି, ସିଲିକନ ଟେକ ମାଲିକ ସୁରେଶ ନାୟକ, ଦଲାଲ ମୁନା ମହାନ୍ତିଙ୍କ ସହ ମୋଟ ୧୭ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି ସିବିଆଇ । ଏହା ମଧ୍ୟରେ ୨୦ରୁ ଅଧିକ ପରୀକ୍ଷାର୍ଥୀଙ୍କୁ ଜେରା ସରିଛି । ତେବେ ଜେରା ବେଳେ ଏହି ଘରୋଇ କଲେଜ ସମ୍ପର୍କରେ ତଥ୍ୟ ମିଳିବା ପରେ ରେଡକୁ ବ୍ୟାପକ କରିଛି ସିବିଆଇ ।

Latest Posts

Don't Miss