କଳାହାଣ୍ଡିରେ ପୋଲିସ ଡିଜି, ସହିଦ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ପ୍ରଦାନ

1 min read

କଳାହାଣ୍ଡି: ପଦକ ପ୍ରଦାନ ଉତ୍ସବରେ ସାମିଲ ହେଲେ ପୋଲିସ ଡିଜି ଅଭୟ । ଭବାନୀପାଟଣା ରିଜର୍ଭ ପୋଲିସ ପଡ଼ିଆରେ ଅନୁଷ୍ଠିତ ଉତ୍ସବରେ କୋଭିଡରେ ମୃତ୍ୟୁବରଣ କରିଥିବା ପୋଲିସ କର୍ମଚାରୀ ଓ ପୋଲିସ ବାହିନୀରେ ଉଲ୍ଲେଖନୀୟ ଅବଦାନ ପାଇଁ କାମ କରିଥିବା ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି । ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜର ମୋଟ ୨୭ ଜଣ ପୋଲିସ କର୍ମଚାରୀଙ୍କୁ ସାମ୍ମାନିତ କରାଯାଇଛି ।

ସେହିଭଳି କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଶ୍ରବଣ ବିବେକ ଏମ୍ ଓ ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ କୁଲେଷ୍କର ନୀତିନଙ୍କୁ ମାଓ କାର୍ଯ୍ୟକଳାପ ଓ କରୋନା ସମୟରେ ଆଇନ୍ ଶୃଙ୍ଖଳା ବ୍ୟବସ୍ଥାକୁ ସଫଳତା ସହ ପରିଚାଳନା ପାଇଁ ସମ୍ମାନିତ କରାଯାଇଛି । ଏହି ଅବସରରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଅପିଲ କରିଥିଲେ ।

Leave a Reply