ନୀରବତା ନୁହେଁ ଘରୋଇ ହିଂସାର ଶିକାର ହେଲେ ପୋଲିସକୁ ଜଣାନ୍ତୁ

ଭୁବନେଶ୍ୱର: ରାଜ୍ୟରେ ବଢିଛି ଘରୋଇ ହିଂସା  । ସମସୁଖୀନ ହେଉଛନ୍ତି ମହିଳା  । ପ୍ରତିବାଦ କଲେ ଜୀବନ ପ୍ରତି ରହୁଛି ବିପଦ  । ସମାଜର  କୁତ୍ସାରଟନା ଏବଂ ଭବିଷ୍ୟତର ଚିନ୍ତା କେଉଁଠି ନା କେଉଁଠି ମୁହଁ ଖୋଲିବାକୁ ମହିଳାଙ୍କୁ ମନା କରେ  । ତେଣୁ  ଘରୋଇ ହିଂସାର ସମ୍ମୁଖୀନ ହେଲେ ମଧ୍ୟ ଅଧିକାଂଶ ମହିଳା  ନୀରବତା ଅବଲମ୍ବନ କରିଥାନ୍ତି  ।

ଏହି ନୀରବତାକୁ ଭଙ୍ଗ କରିବାକୁ ପୋଲିସ ଚଳାଇଛି କ୍ୟାମ୍ପେନିଂ  । ଘରୋଇ ହିଂସାର ଶିକାର ହେଉଥିବା ମହିଳା ଆଉ ନୀରବତା ନୁହେଁ, ଏଥର ପୋଲିସ ନିକଟରେ ଅଭିଯୋଗ କରିବାକୁ କହିଛି ପୋଲିସ  । ଓଡ଼ିଶା ପୋଲିସ ଏହି କ୍ୟାମ୍ପେନିଂକୁ ସୋସିଆଲ ମିଡିଆ ମାଧ୍ୟମରେ ଚଳାଇଛି  । ଟ୍ୱିଟରରେ ପୋଲିସ ପକ୍ଷରୁ ପୋଷ୍ଟ କରାଯାଇ ମହିଳା ମାନଙ୍କୁ ନୀରବତା ଭଙ୍ଗ କରିବାକୁ କୁହାଯାଇଛି  । ଏହା ସହ ଓଡ଼ିଶା ପୋଲିସ ଆପଣଙ୍କ ସେବାରେ ବୋଲି ମଧ୍ୟ ସ୍ଲୋଗାନ ରହିଛି  ।