ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକଙ୍କୁ ବସ୍ରେ ଛାଡ଼ିଲା ପୋଲିସ
1 min readଭୁବନେଶ୍ୱର: ମାହାମାରୀ ସମୟରେ ମାନବିକତାର ପରିଚୟ ଦେଇଛି ଓଡ଼ିଶା ପୋଲିସ । କେବଳ ଓଡ଼ିଆ କିମ୍ୱା ପ୍ରବାସୀ ଓଡ଼ିଆଙ୍କ ସେବା ଓ ସହଯୋଗରେ ନିଜକୁ ସୀମିତ ରଖିନି ବରଂ ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକଙ୍କୁ ମଧ୍ୟ ସହଯୋଗ କରିଛି ପୋଲିସ ।
52 migrant labour of Malda, Murshidabad and Kolkata were found walking towards their home .They were sent by bus today afternoon ,paid for by CMRF money ,by Khorda police to Laxmannath BCP .Good work Khorda Police . pic.twitter.com/gG1Y0Lr5dN
— DGP, Odisha (@DGPOdisha) May 15, 2020
ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ପରେ ଅନ୍ୟ ରାଜ୍ୟରୁ ଓଡ଼ିଶା ଦେଇ ନିଜ ରାଜ୍ୟକୁ ଅର୍ଥାତ ଘରକୁ ଯାଉଥିବା ଶ୍ରମିକଙ୍କୁ ସହାୟତ କରିଛି ଓଡ଼ିଶା ପୋଲିସ । ପାଦରେ ଚାଲି ଚାଲି ନିଜ ଘରକୁ ଯାଉଥିବା ପଶ୍ଚିମବଙ୍ଗ ମାଲଦା, ମୁର୍ସିଦାବାଦ ଏବଂ କୋଲକାତାକୁ ଯାଉଥିବା ୫୨ ଜଣ ପ୍ରବାସୀ ଶ୍ରମିକଙ୍କ ପାଇଁ ବସ୍ର ବ୍ୟବସ୍ଥା କରିଛି ଖୋର୍ଦ୍ଧା ପୋଲିସ । ଏ ନେଇ ଆବଶ୍ୟକ ଅର୍ଥ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ଯୋଗାଇଦିଆଯାଇଛି । ଏବଂ ସେମାନଙ୍କ ସୀମାନ୍ତ ଲକ୍ଷ୍ମଣନାଥ ବର୍ଡର ଚେକ୍ ପଏଣ୍ଟ ନିକଟରେ ଛଡ଼ାଯାଇଛି ।
270 migrant labour of other states entering Odisha on foot thru Girisola BCP have been sent by bus arranged by Odisha Police ,from CMRF money, in last two and half days
Good work by Berhampur police .#OdishaFightsCorona pic.twitter.com/a8PAnTNSt0— DGP, Odisha (@DGPOdisha) May 15, 2020
ସେହିଭଳି ଗିରିସୋଲା ବର୍ଡର ଚେକ୍ ପଏଣ୍ଟ ଦେଇ ପାଦରେ ଚାଲି ଚାଲି ଯାଉଥିବା ଅନ୍ୟ ରାଜ୍ୟର ୨୭୦ ପ୍ରବାସୀ ଶ୍ରମିକଙ୍କ ପାଇଁ ବସ୍ର ବ୍ୟବସ୍ଥା କରିଛି ବ୍ରହ୍ମପୁର ପୋଲିସ । ଅପରପକ୍ଷରେ ରାୟଗଡ଼ାର କେରଡା ବର୍ଡର ଚେକ୍ ପଏଣ୍ଟ ଦେଇ ପାଦରେ ଚାଲି ଚାଲି ଓଡ଼ିଶାରେ ପ୍ରବେଶ କରୁଥିବା ଅନ୍ୟ ରାଜ୍ୟର ୫୪୪ ପ୍ରବାସୀ ଶ୍ରମିକଙ୍କ ପାଇଁ ବସ୍ ବ୍ୟବସ୍ଥା କରିଛି ରାୟଗଡ଼ା ପୋଲିସ । ଏ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ଟଙ୍କା ଯୋଗାଇ ଦିଆଯାଇଛି । ଏ ସବୁ ନେଇ ଟ୍ୱିଟ୍ ଯୋଗେ ଡିଜିପି ଅଭୟ ସୂଚନା ଦେବା ସହ ପୋଲିସର ଏଭଳି କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି ।
ଓଡ଼ିଶା ମାଟିରେ ପ୍ରବାସୀ ଶ୍ରମିକଙ୍କୁ ଚାଲିବାକୁ ପଡ଼ିବନି : ଡିଜିପି ଅଭୟ