ପ୍ରକାଶ ପାଇଲା ଯୁକ୍ତ ଦୁଇ ରେଜଲ୍ଟ,ପୁଣି ବାଜି ମାରିଲେ ଛାତ୍ରୀ
1 min read
ନନ୍ଦିଘୋଷ ବ୍ୟୁରୋ: ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଉଛି । ତିନି ବିଭାଗ କଳା, ବିଜ୍ଞାନ ଓ ବାଣିଜ୍ୟ ସହ ଧନ୍ଦାମୂଳକ ପରୀକ୍ଷର ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷା ଫଳ ଏକା ସଙ୍ଗରେ ପ୍ରକାଶ ପାଇଛି । ବିଭାଗୀୟ ମନ୍ତ୍ରୀ ପରୀକ୍ଷା ପୁସ୍ତକ ଉନ୍ମୋଚନ କରିଥିଲେ ।
ମୋଟ ୮୨.୭୬ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ପୁଣି କମାଲ କରିଛନ୍ତି ଛାତ୍ରୀ । ୮୭.୨୪ ପ୍ରତିଶତ ଛାତ୍ରୀ ପାସ୍ କରିଥିବା ବେଳେ ୭୭.୮୮ ପ୍ରତିଶତ କୃତକାର୍ଯ୍ୟ ହୋଇଛନ୍ତି । କଳାରେ ୮୦.୫୧ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ବିଜ୍ଞାନରେ ୮୭.୪୯ ପ୍ରତିଶତ ପାସ କରିଛନ୍ତି । ସେହିପରି ବାଣିଜ୍ୟରେ ୮୧.୭୧ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ଧନ୍ଦାମୂକଳ ପରୀକ୍ଷାରେ ୬୦.୫୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।
କଳାରେ ବରଗଡ଼ ଜିଲ୍ଲାରେ ସର୍ବାଧିକ ରେଜଲ୍ଟ ହୋଇଛି । ସେହିପରି କଳାରେ ଗଣଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲା ନବରଙ୍ଗପୁରରେ ପାସହାର ସର୍ବନିମ୍ନ ରହିଛି । ଉଭୟ ବିଜ୍ଞାନ ଓ ବାଣିଜ୍ୟରେ ପାସହାର ନୟାଗଡ଼ ଜିଲ୍ଲାରେ ସର୍ବାଧିକ ରହିଛି । ବିଜ୍ଞାନରେ ବୌଦ୍ଧ ଜିଲ୍ଲାର ପାସହାର ସର୍ବନିମ୍ନ ହୋଇଥିବା ବେଳେ କାଣିଜ୍ୟରେ ବଲାଙ୍ଗୀର ଜିଲ୍ଲାର ପାସ ହାର ସର୍ବନିମ୍ନ ରହିଛି ।
ବିଜ୍ଞାନରେ ପାସ ହାର ୮୭. ୫୦ ପ୍ରତିଶତ ରହିଛି । ବିଜ୍ଞାନରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ୧୯୦୬ ଜଣ ଛାତ୍ରଛାତ୍ରୀ । ପ୍ରଥମ ଶ୍ରେଣୀରେ ୫୪ ହଜାର ୯୪୭ ଜଣ ପାସ କରିଛନ୍ତି । ସେହିପରି ଦ୍ଵିତୀୟ ଶ୍ରେଣୀରେ ୨୬ ହଜାର ୪୨୪ ଓ ତୃତୀୟ ଶ୍ରେଣୀରେ ୧୪ ଗହାର ୯୫୪ ଜଣ ପାସ କରିଛନ୍ତି । ନୟାଗଡ଼ ଜିଲ୍ଲାରେ ବିଜ୍ଞାନରେ ସର୍ବାଧିକ ୯୭.୫୮ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି ।
କଳାରେ ପାସ ହାର ୮୦. ୫୧ ପ୍ରତିଶତ ରହିଛି । ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ୧୭୧ ଜଣ ପାସ କରିଛନ୍ତି । ପ୍ରଥମ ଶ୍ରେଣୀରେ ୪୦ ହଜାର ୩୭ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ସେହିପରି ଦ୍ଵିତୀୟ ଶ୍ରେଣୀରେ ୩୬ ହଜାର ୮୬୬ ଓ ତୃତୀୟ ଶ୍ରେଣୀରେ ୧ ଲକ୍ଷ୧୯ ହଜାର ୧୬୮ ଜଣ ପାସ କରିଛନ୍ତି । କଳାରେ ବରଗଡ଼ରେ ସର୍ବାଧିକ ୮୭.୬୦ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି ।
ବାଣିଜ୍ୟରେ ପାସ ହାର ୮୩.୨୦ ପ୍ରତିଶତ ରହିଛି । ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ୨୦୪ ଜଣ ଛାତ୍ରଛାତ୍ରୀ । ପ୍ରଥମ ଶ୍ରେଣୀରେ ୬ ହଜାର୯୩୦, ଦ୍ଵିତୀୟ ଶ୍ରେଣୀରେ ୪ ହଜାର ୫୨୫, ତୃତୀୟ ଶ୍ରେଣୀରେ ୯ ହଜାର ୨୧୬ ଜଣ ପାସ କରିଛନ୍ତି । ବାଣିଜ୍ୟରେ ନୟାଗଡ଼ରେ ସର୍ବାଧିକ ୯୩. ୭୧ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି ।
ଧନ୍ଦାମୂଳକ ଶିକ୍ଷାରେ ପାସ ହାର ୬୦.୫୭ ପ୍ରତିଶତ ରହିଛି । ଜଣେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ପ୍ରଥମ ଶ୍ରେଣୀରେ ୬୭୮, ଦ୍ଵିତୀୟ ଶ୍ରେଣୀରେ ୧୭୫୮ ଓ ତୃତୀୟ ଶ୍ରେଣୀରେ ୭୮୧ ଜଣ ପାସ କରିଛନ୍ତି । ବାଲେଶ୍ଵରରେ ସର୍ବାଧିକ ୮୩.୮୩ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି ।
chseodisha.nic.in ଓ odisharesults.nic.in ୱେବସାଇଟରେ ରେଜଲ୍ଡ ଦେଖି ପାରିବେ ।